ଥାନା ଆଇଆଇସି ସନ୍ଧ୍ୟାରାଣୀ ସସ୍ପେଣ୍ଡ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କିଛି ଦିନ ପୂର୍ବେ ଥାନା ଭିତରେ ଥାଡ୍ ଡିଗ୍ରୀ ପ୍ରୟୋଗ କରି ଜଣେ ଯୁବକଙ୍କୁ ନିସ୍ତୁକ ପିଟିବା ଘଟଣାରେ ସସ୍ପେଣ୍ଡ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା । ପୋଲିସ ଡିଜି ଆଇଆଇସି ସନ୍ଧ୍ୟାରାଣୀଙ୍କୁ ସସ୍ପେଣ୍ଡ କରିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବେ ଜମିବାଡ଼ି ବିବାଦକୁ ନେଇ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ପ୍ରଭାସରଭା ଗାଁର ରାଜୁ ମହାନ୍ତି ଓ ତାଙ୍କ ଦାଦାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ମାର୍ଚ୍ଚ ୨୫ ତାରିଖରେ ପାଟଣା ଥାନାରେ ଅଭିଯୋଗ ହୋଇଥିଲା । ଆଇଆଇସି ସନ୍ଧ୍ୟାରାଣୀ ରାଜୁକୁ ଥାନାକୁ ଆଣି ଅତି ନିର୍ଦ୍ଧୟ ଭାବେ ଗଡ଼ାଇ ଗଡ଼ାଇ ଲାଠିରେ ପିଟିଥିଲେ । ଏତିକିରେ ମନ ଶାନ୍ତି ନ ହେବାରୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସନ୍ଧ୍ୟାରାଣୀଙ୍କ ଅଡୁଆ ବଢ଼ିଥିଲା । ଖୋଦ୍ ରାଜ୍ୟ ମାନବାଧିକାର କମିଶନ ଘଟଣାର ଜବାବ ତଲବ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାାକୁ କେନ୍ଦୁଝର ଏସ୍ପିଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହାଛଡ଼ା ଆଇଆଇସିଙ୍କ ଦରମାରୁ ପୀଡିତ ଯୁବକଙ୍କୁ ତୁରନ୍ତ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିଦେ୍ର୍ଧଶ ଦେଇଥିଲେ । ଗୃହ ସଚିବ ଓ ଡିଜିପିଙ୍କୁ ମଧ୍ୟ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଇଥବଲେ ରାଜ୍ୟ ମାନବାଧିକାର କମିଶନ । ଏହାପରେ ଆଜି ଆଇଆଇସି ସନ୍ଧ୍ୟାରାଣୀଙ୍କୁ ସସ୍ପେଣ୍ଡ କରାଯାଇଥିବା ନେଇ ଟ୍ୱିଟ୍ କରିଛନ୍ତି ପୋଲିସ ଡିଜି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons