ଗଞ୍ଜାମ, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନାକୁ ଘେରାଉ କଲେ ଲୋକ । ବାଲିଚାଲାଣକୁ ନେଇ ଗତକାଲି ଦୁଇ ଗୋÂୀୀ ମୁହାଁମୁହିଁ ଏବଂ ଟ୍ରକ୍, ଟ୍ରାକ୍ଟର, ବାଇକ୍ ପୋଡ଼ି ଘଟଣାରେ ଗାଁର କିଛି ଲୋକଙ୍କୁ ପୁଲିସ ଅଟକ ରଖିଥିବା ବେଳେ ସେମାନଙ୍କୁ ଛାଡିବା ଦାବିରେ ଥାନା ଘେରାଉ କରିଥିଲେ କୋଳିଦାସପୁରର କିଛି ଗ୍ରାମବାସୀ । ପୁଲିସ ବୁଝାସୁଝା କରିବା ପରେ ବି ଗ୍ରାମବାସୀ ନହଟିବାରୁ ଲାଠିଚାର୍ଜ କରିଛି ପୁଲିସ । ରବିବାର ପୂର୍ବାହ୍ଣରୁ ଥାନା ଆଗରେ ବିକ୍ଷୋଭ ଚାଲିଥିବା ବେଳେ ଅପରାହ୍ଣରେ ପୁଲିସ ବାଧ୍ୟ ହୋଇ ଲାଠିଚାଳନା କରିଥିଲା । ସେପଟେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବାକୁ ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କୋଳିଦାସପୁରରେ ଶୁକ୍ରବାର ରାତିରେ ଋଷିକୁଲ୍ୟା ନଦୀରୁ ବାଲି ଚାଲାଣକୁ ବିରୋଧ କରି ଉତ୍ତ୍ୟକ୍ତ ଗ୍ରାମବାସୀ ଲଙ୍କାକାଣ୍ଡ ଘଟାଇଥିଲେ । ନଦୀ ପଠାରୁ ବାଲି ଖୋଳି ପକାଇଲେ ବନ୍ୟା ଆସିଲେ ପାଣି ଗାଁ ଭିତରେ ପଶିବ ବୋଲି ଯୁକ୍ତି ଦର୍ଶାଉଥିଲେ ଗାଁ ଲୋକ । ହେଲେ ବାଲି ଠିକାଦାର ଓ ତାଙ୍କ ସମର୍ଥକ ଗୋÂୀ ଏହା ମାନିବାକୁ ନାରାଜ ଥିଲେ । ଏହାକୁ କେନ୍ଦ୍ର କରି ଦୁଇ ଗୋÂୀ ମୁହାଁମୁହିଁ ହୋଇଥିଲେ । ଉତ୍ତ୍ୟକ୍ତ ଲୋକେ ୩ ଟ୍ରକ, ଗୋଟିଏ ଟ୍ରାକ୍ଟର୍ ଓ ବାଲି ଠିକାଦାରଙ୍କ ୨ ବାଇକ୍ ପୋଡ଼ି ଦେବା ସହ ଗୋଟିଏ ଜେସିବି ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ଠିକାଦାର ଗୋÂୀର ଅଭିଯୋଗକ୍ରମେ ହିଞ୍ଜିଳିକାଟୁ ଥାନା ପୁଲିସ ଶନିବାର ଗ୍ରାମର ୫ ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା । ପ୍ରତିବାଦରେ କୋଳିଦାସପୁର ଗ୍ରାମର ଶତାଧିକ ଲୋକ ସେମାନଙ୍କୁ ଛାଡ଼ିବା ଓ ବେଆଇନ ବାଲି ଚାଲାଣରେ ସମ୍ପୃକ୍ତ ମାଫିଆଙ୍କୁ ଗିରଫ ଦାବିରେ ରବିବାର ପୂର୍ବାହ୍ଣରେ ଥାନା ଘେରାଉ କରିଥିଲେ । ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୋଗ କରିଥିଲେ ଯେ- ପୁଲିସ ପ୍ରଶାସନ ବାଲି ମାଫିଆଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଛି ଓ ନିରୀହ ଲୋକଙ୍କୁ ଆଣି ଥାନାରେ ଅଟକ ରଖିଛି ।
ଅନ୍ୟ ପକ୍ଷରେ ଥାନା ଘେରାଉ ପରେ ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ପାଟପୁର ଥାନା ଆଇଆଇସି ଅଜୟ ବାରିକ, ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ, ଶେରଗଡ଼ ଥାନା ଆଇଆଇସି ରମେଶ ଚନ୍ଦ୍ର ଦାସ ସଶସ୍ତ୍ର ବାହିନୀ ସହ ହିଞ୍ଜିଳିକାଟୁ ଥାନାରେ ପହଞ୍ଚିଥିଲେ । ବିଡିଓ ପ୍ରସନ୍ନ କୁମାର ପାତ୍ର, ହିଞ୍ଜିଳିକାଟୁ ଥାନା ଆଇଆଇସି ଅଭିମନୁ୍ୟ ଦାଶ ଓ ଅନ୍ୟ ଅଧିକାରୀମାନେ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ ସାଙ୍ଗରେ ଆଲୋଚନା କରିଥିଲେ । ତେବେ ୫ ଅଟକଙ୍କୁ ଛାଡ଼ିବା ନିମନ୍ତେ ଜିଦ ଧରିଥିଲେ ଗ୍ରାମବାସୀ । ଆଲୋଚନାର କୌଣସି ନିର୍ଯ୍ୟାସ ବାହାରି ପାରି ନଥିଲା । ଉତ୍ତେଜନା ବୃଦ୍ଧି ପାଇବାରୁ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ମଧ୍ୟାହ୍ନ ପ୍ରାୟ ଗୋଟାଏରେ ପୁଲିସ ପକ୍ଷରୁ ଲାଠିଚାଳନା କରାଯାଇ ଥିଲା । ଥାନା ଘେରାଉ କରିଥିବା ଲୋକ ଛତ୍ରଭଙ୍ଗ ଦେଇଥିଲେ । ଅନେକ ଖଣ୍ଡିଆଖାବରା ମଧ୍ୟ ହୋଇଥିଲେ ।
ଲୋକଙ୍କ ମଧ୍ୟରେ ଚାପା ଅସନ୍ତୋଷ ବୃଦ୍ଧି ପାଉଥିବା ଜାଣି ପୁଲିସ ପ୍ରଶାସନ ପୁଣି ଥରେ ଗ୍ରାମବାସୀଙ୍କୁ ଆଲୋଚନା ପାଇଁ ଡାକିଥିଲା । ୩୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପି.ନାରାୟଣ ରାଓ ଏବଂ ଅନ୍ୟ ଗ୍ରାମବାସୀଙ୍କ ସହ ଅପରାହ୍ଣରେ ପୁଲିସ- ପ୍ରଶାସନ ଦ୍ୱିତୀୟ ଥର ଆଲୋଚନା କରିଥିଲେ । ସିଆର୍ପିସି ୪୧ ଧାରାରେ ପୁଲିସ ଅଟକ ୫ ଗ୍ରାମବାସୀଙ୍କୁ ଜିଲ୍ଲା ପରିଷଦଙ୍କ ଜିମାରେ ଥାନାରୁ ଛାଡ଼ିଥିଲା । ଘଟଣାର ନିରପେକ୍ଷ ତଦନ୍ତ କରାଯିବ, ଉକ୍ତ ଅଞ୍ଚଳରୁ ବେନିୟମ ବାଲିଚାଲାଣ ବନ୍ଦ ପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିବ ବୋଲି ଆଶ୍ୱସନା ଦିଆଯାଇ ଥିବା କହିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ରାଓ । ସେପଟେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ପାଇଁ ଗଞ୍ଜାମ ଜିଲ୍ଲାପାଳ ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିବା ଜଣାଯାଇଛି । ସ୍ଥାନୀୟ ଅଞ୍ଚଳରେ ବିନା ଲିଜ୍ରେ ବାଲି ଚୋରାଚାଲାଣ ଓ ହିଂସାକାଣ୍ଡ ସମ୍ପର୍କରେ ତଦନ୍ତ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି । ସେପଟେ ହିଞ୍ଜିଳିକାଟୁ ଥାନା ଆଇଆଇସିଙ୍କୁ ଗାଡି ପୋଡି ଘଟଣାର ତଦନ୍ତ କରିବା ପାଇଁ କୁହାଯାଇଛି । ଘଟଣା ଉପରେ ନଜର ରଖିଥିବା ଛତ୍ରପୁର ଏଏସ୍ପି ଠାକୁର ପ୍ରସାଦ ପାତ୍ର କହିଛନ୍ତି । ଏହି ଘଟଣା ପରେ କୋଳିଦାସପୁର ଗାଁରେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି. ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି ।
ଅନ୍ୟ ପକ୍ଷରେ ବାଲି ଚାଲାଣ ଓ ଏହା ବିରୋଧରେ ତୁମୁଳକାଣ୍ଡ ଘଟଣାରେ ରାଜସ୍ୱ ଓ ପୁଲିସ ବିଭାଗ ସହ ବାଲି ମାଫିଆଙ୍କ ଭୂମିକା ନେଇ ବିଭିନ୍ନସ୍ତରରେ ପ୍ରଶ୍ନବାଚୀ ଉଠିଛି । ହିଞ୍ଜିଳିକାଟୁ ଅଞ୍ଚଳର କିଛି ପୂର୍ବତନ ପଞ୍ଚାୟତ ପ୍ରତିନିଧି, ରାଜନୈତିକ ବ୍ୟକ୍ତି ଓ ଅସାମାଜିକ ତତ୍ତ୍ୱ ଏହାକୁ ଉସୁକାଉଥିବା ଅଭିଯୋଗ ହେଉଛି । କୋଳିଦାସପୁର ଘଟଣା ପରେ ସିଙ୍ଗିପୁର, ଚାନ୍ଦୁଲି ଓ ହିଞ୍ଜିଳିକାଟୁ ନିକଟ ଘୋଡ଼ାହାଡ ନଦୀ ନନ୍ଦିକ, ଖରିଡ଼ା, ଶିକିରି, ଆଲପୁର ନିକଟ ଋଷିକୁଲ୍ୟା ନଦୀରୁ ଅବାଧରେ ବାଲି ଚାଲାଣ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଛି । ଲିଜ୍ କ୍ଷେତ୍ର ଠାରୁ ସୀମା ବାହାରେ ବେନିୟମ ବାଲି ଉଠାଣ ଅଭିଯୋଗ ସତ୍ତେ୍ୱ ରାଜସ୍ୱ ବିଭାଗ ପକ୍ଷରୁ କଡା ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି ।
Comments are closed, but trackbacks and pingbacks are open.