ଥାନା ନୁହେଁ ଏଥର ତହସିଲୱାରୀ ଗଣନା:ମୁଖ୍ୟଶାସନସଚିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବିି.ବି.ବ୍ୟୁରୋ): ୨୦୨୧ ଜନଗଣନା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପୂର୍ବରୁ ଥାନାୱାରୀ ଜନଗଣନା ହେଉଥିଲା ବେଳେ ଏ ଢ଼ାଞ୍ଚା ଏଥର ବଦଳିବ । ତହସିଲୱାରୀ ହେବ ଜନଗଣନା । ଏହାଦ୍ୱାରା ଠିକଣା ଭାବେ ଜନଗଣନା କରିହେବ । ଜିଲ୍ଲା ମାଜିଷ୍ଟ୍ରେଟମାନେ ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ । ପ୍ରଥମ ଦଫାରେ ଘର ଗରନା କରାଯିବ । ଦ୍ୱିତୀୟ ଦଫାରେ ଜନସଂଖ୍ୟା ଗଣନା ହେବ । ଦୁଇଟି ପର୍ଯ୍ୟାୟରେ ଏ କାମ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଛି ।
ଆଜି ସଚିବାଳୟରେ ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ରାଜ୍ୟର ୩ଟି ସ୍ଥାନରେ ଜନଗଣନା କୌଶଳ ଗୁଡ଼ିକର ପରୀକ୍ଷା ମୂଳକ ପ୍ରୟୋଗ (ପ୍ରିଟେଷ୍ଟ) କରିବାକୁ ସ୍ଥିର ହୋଇଛି । ଏହି ସ୍ଥାନଗୁଡ଼ିକ ହେଲା କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ବଲାଙ୍ଗୀରର ପୁଇନ୍ତଳା ଓ ଭୁବନେଶ୍ୱର । ଏହି ପ୍ରିଟେଷ୍ଟ ଅଗଷ୍ଟ ୧୨ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ଜନଗଣନାକୁ ନିର୍ଭୁଲ ଭାବେ ସଂପାଦନ କରିବାକୁ ଆନୁଷଙ୍ଗିକ ବିଭାଗର ସହଯୋଗ ଉପରେ ମୁଖ୍ୟ ଶସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ମୋବାଇଲ ଆପ୍ ବ୍ୟବହାର କରିବାକୁ ବୈଠକରେ ସ୍ଥିର ହୋଇଛି ।
ବୈଠକରେ ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଜନଗଣନା ସଂପର୍କିତ ପ୍ରଶାସନିକ ଓ ବୈଷୟିକ ଦିଗ ସଂପର୍କରେ ସୂଚନା ଦେଇଥିଲା ବେଳେ ଜନଗଣନା ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ବରଦା ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons