ସାନଖେମୁଣ୍ଡି, (ବି.ବି.ନୁ୍ୟଜ୍): ପାଟପୁର ଥାନା ଶୌଚାଳୟରେ ଗିରଫ ଅଭିଯୁକ୍ତ ପ୍ରମୋଦ ଦଳେଇ(୨୮) ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଡ଼ପଡ଼ା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ହିଞ୍ଜିଳି ଶାସ୍ତ୍ରୀନଗରର ବିଭୂ ପ୍ରସାଦ ଦାସଙ୍କୁ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ପ୍ରମୋଦ ଦଳେଇ । ଗତକାଲି ଗିରଫ ହୋଇ ପାଟପୁର ଥାନାରେ ଅଟକ ଥିଲେ । ଆଜି ଥାନା ଶୌଚାଳୟ ଭିତରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପୁଲିସ କହିଛି । ଅଭିଯୁକ୍ତ ପ୍ରମୋଦଙ୍କ ଘର କବିସୂର୍ଯ୍ୟନଗର । ଏନେଇ ଆଇଆଇସି କହିଛନ୍ତି ଯେ ହତ୍ୟା ମାମଲାରେ ସେ ଗିରଫ ହୋଇଛନ୍ତି । ଆଜି କୋର୍ଟ ଚାଲାଣ ହେବାର ଥିଲା । ସେ ଲ୍ୟାଟ୍ରିନ୍ରେ ଥିବା ଫିନଇିଲ୍ ପିଇ ଦେଇଥିବା ସନେ୍ଦହ କରାଯାଉଛି ବୋଲି ଆଇଆଇସି ଅଜୟ କୁମାର ବାରିକ କହିଛନ୍ତି ।
ଗତ ୨୩ ତାରିଖରେ ହିଞ୍ଜିଳି ଶାସ୍ତ୍ରୀ ନଗରର ବିଭୂ ପ୍ରସାଦ ଦାସଙ୍କୁ ତପ୍ତପାଣି ଜଙ୍ଗଲରେ ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଏହି ହତ୍ୟା ଘଟଣାରେ ପାଟପୁର ପୁଲିସ ଗତ ୮ ତାରିଖରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ରାତିରେ ପୁଲିସ କବିସୂର୍ଯ୍ୟନଗରରୁ ପ୍ରମୋଦଙ୍କୁ ଉଠାଇ ନେଇଥିଲା । ଆଜି ସକାଳେ ଲାଟି୍ରନ ଯିବ ବୋଲି ପ୍ରମୋଦ କହିଥିଲେ । ସେ ଲାଟ୍ରିନ୍ ଭିତରେ ଫିନାଇଲ ପିଇ ଦେଇଥିଲେ । ପୁଲିସ ଏକ କାର (ଓଡି୦୭ଏଏ-୯୫୨୬) ରେ ଗୁରୁତର ଅବସ୍ଥା ଥିବାରୁ ତାଙ୍କୁ ପ୍ରଥମେ ଆଡ଼ପଡ଼ା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ଗୁରୁତର ଥିବାରୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ଯୁବକଙ୍କ ବିବାହ ସ୍ଥିର ହୋଇଥିବା ବେଳେ ଗିରଫ ହୋଇ ଜେଲ ଯିବା ଘଟଣାରେ ଭୟ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ପୁଲିସ କହିଛି । ସେପଟେ ଏ ନେଇ ଥାନା ଅଧିକାରୀ ଅଜୟ କୁମାର ବାରିକ କ୍ୟାମେରା ସମ୍ମୁଖରେ ଅଧିକ କିଛି କହିବାକୁ ମନା କରିଛନ୍ତି । ଯୁବକ ଜଣକ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ତାହା ପୁଲିସ ସ୍ପଷ୍ଟ କରୁନଥିବା ବେଳେ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ବରିÂ ପୁଲିସ ଅଧିକାରୀ କହିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୁଲିସର ଥାର୍ଡ ଡିଗ୍ରୀ ଯୋଗୁଁ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ଆଡ଼ପଡ଼ା ଡାକ୍ତରଖାନାରେ ଚିକିତ୍ସା ସମୟରେ ପ୍ରମୋଦ ଚିକ୍ରାର କରି କହୁଥିଲେ ଯେ ମୋର ବାହାଘର ଆଗକୁ ଅଛି । ମୋତେ ଛାଡ଼ି ଦିଅ । ମୋର ଦୋଷ କିଛି ନାହିଁ । ପୂର୍ବରୁ ଜଣେ ଅନ୍ୟ ଏକ ହତ୍ୟା ଘଟଣାରେ ଅଟକ ଥିବା ଅଭିଯୁକ୍ତ ବେକରେ ଚାଦର ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
Comments are closed, but trackbacks and pingbacks are open.