ଥାଳି ବଜାଇ ଲୋକଙ୍କୁ ସଚେତନ କରୁଛନ୍ତି ମହିଳା

Get real time updates directly on you device, subscribe now.

ନୂଆପଡ଼ା : କରୋନା ମୁକାବିଲା ପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରି ଦିଆଯାଇଛି। ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ସରକାର ସଚେତନ କରୁଛନ୍ତି। ହେଲେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ପାଇକପଡା ଗାଁର ମହିଳାମାନେ ଲୋକମାନଙ୍କୁ ଅଭିନବ ଉପାୟରେ ସଚେତନ କରୁଛନ୍ତି।ମହିଳାମାନେ ଗାଁ ଗାଁ ବୁଲି ଥାଳି ବଜାଇ ଲୋକଙ୍କୁ ଘର ନ ବାହାରିବା ପାଇଁ କହୁଛନ୍ତି। ମହିଳାମାନେ ଦିନକୁ ଦୁଇରୁ ତିନି ଥର ଥାଳି ବଜାଇ ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରୁଛନ୍ତି। ଏହାସହ ଗାଁର କୌଣସି ବ୍ୟକ୍ତି ଯେମିତି ବାହାରକୁ ନ ଯିବେ, ଆଉ ବାହାର ଲୋକ ଗାଁକୁ ନ ଆସିବେ, ସେଥିପାଇଁ ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି। ଗାଁକୁ ଆସୁଥିବା ସମସ୍ତ ଲୋକ ସାବୁନରେ ହାତ ଧୋଇ ଭିତରକୁ ଆସିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons