ବଲିଉଡ୍ କଣ୍ଠଶିଳ୍ପୀ କନିକା କପୁରଙ୍କ ପାଇଁ ଏବେ ଅଡ଼ୁଆରେ ପଡିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ । ସୂତ୍ରରୁ ଜଣାଯାଇଛି ଯେ, କରୋନା ସଂକ୍ରମିତ କନିକା କପୁର ଲକ୍ଷେ୍ନøର ଉକ୍ତ ପଞ୍ଚତାରକା ହୋଟେଲରେ ଥିଲେ, ଯେଉଁଠି ଦକ୍ଷିଣ ଆଫ୍ରିକା ଟିମ୍ ଦ୍ୱିତୀୟ ୱାନ୍ଡେ’ ପାଇଁ ରହିଥିଲେ । ଯଦିଓ କୋଭିଡ-୧୯ କାରଣରୁ ୱାନ୍ଡେ ସିରିଜ୍କୁ ରଦ୍ଧ କରି ଦିଆଯାଇଛି ଏବଂ ଟିମ୍ଗୁଡିକ ନିଜ ନିଜ ଦେଶକୁ ଫେରିଯାଇଛନ୍ତି, ଦକ୍ଷିଣ ଆଫ୍ରିକା ଟିମ୍ର ସମସ୍ତ ଖେଳାଳିଙ୍କୁ ସେଲ୍ଫ କ୍ୱାରେଣ୍ଟାଇନ୍ରେ ରଖାଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, କନିକା ମାର୍ଚ୍ଚ ୧୪ରୁ ୧୬ ମଧ୍ୟରେ ଉକ୍ତ ହୋଟେଲରେ ରହିଥିଲେ । ଏହି ରହଣି କାଳରେ ସେ ହୋଟେଲ ଲବିରେ ଡିନର କରିଥିଲେ ଏବଂ କେତେଜଣ ଅତିଥିଙ୍କୁ ମଧ୍ୟ ଭେଟିଥିଲେ । କନିକା କରୋନା ପଜିଟିଭ୍ ଜଣାପଡିବା ପରେ ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ହୋଟେଲର ସିସିଟିଭି ଫୁଟେଜ୍ ଦେଖି କନିକା ମିଶିଥିବା ଲୋକମାନଙ୍କୁ ଚିହ୍ନଟ କରୁଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧,୦୨୮ରୁ ଊଦ୍ଧ୍ୱର୍ ନୂଆ ମାମଲା ରେକର୍ଡ କରାଯାଇଛି । ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧,୬୩୮ରେ ପହଞ୍ଚିଥିବା ଜଣାଯାଇଛି ।


Comments are closed, but trackbacks and pingbacks are open.