ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତର ଅଧିକାଂଶ ଜନସଂଖ୍ୟା ଚାଉଳ ଓ ଭାତ ଖାଇବା ଉପରେ ନିର୍ଭର କରୁଥିବାରୁ ଏଠାରେ ଅଧିକ ଚାଉଳ ଉପôାଦନ ହୁଏ । ୨୦୧୯-୨୦ ଆର୍ଥିକ ବର୍ଷର ଆକଳନ ଅନୁସାରେ ସମୁଦାୟ ୨୯୨ ମିଲିଅନ୍ ଟନ୍ ଶସ୍ୟ ଉପôାଦନ ମଧ୍ୟରେ ପ୍ରାୟତଃ ୧୧୭ ମିଲିଅନ୍ ଟନ୍ କେବଳ ଧାନ ଉପôାଦନ । କିନ୍ତୁ କୋଭିଡ଼-୧୯ ଭୂତାଣୁ ସଂକ୍ରମଣ ଦ୍ୱାରା ଦେଶରେ ଲକ୍ଡାଉନ୍ ଲାଗୁହେବା ଫଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଓ ଯୋଗାଣ ନିମନ୍ତେ ଏକ ସଂକଟ ସୃଷ୍ଟି ହୋଇଥିଲା । ଏହି ସମୟରେ ପୂର୍ବତଟ ରେଳପଥ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଛି । ବିଶେଷକରି ଏହାର ପରିସୀମା ମଧ୍ୟରୁ ଚାଉଳ ବୋଝାଇ କରି ମାଲବାହୀ ଟ୍ରେନ ମାଧ୍ୟମରେ ଦେଶର ବିଭିନ୍ନ ଅଂଶକୁ ପଠାଉଛି । ଯାହାଦ୍ୱାରା ଏହି ମହାମାରୀ ସମୟରେ ଚାଉଳ ସଙ୍କଟ ରହିବ ନାହିଁ ।
ଏହି ଲକ୍ଡାଉନ ସମୟରେ ପୂର୍ବତଟ ରେଳପଥ ଏହାର ବିଭିନ୍ନ ଷ୍ଟେସନ୍ରୁ ୧୯୧ଟି ଟ୍ରେନ୍ ଚାଉଳ (ହାରାହାରି ୫,୭.୧୧୩ ଟନ୍ ଚାଉଳ) ବୋଝେଇ କରି ଦେଶର ବିଭିନ୍ନ ଅଂଶକୁ ପରିବହନ କରୁଛି । ଏହି ପରିବହନ ଭାରତୀୟ ଖାଦ୍ୟନିଗମ ଏବଂ ରାଜ୍ୟର ସଭିଲ ସପ୍ଲାଏ ବିଭାଗ ଯଥା ଆନ୍ଧ୍ରପ୍ରଦେଶ ସମାଜ ମଙ୍ଗଳ ବିଭାଗ, ଆନ୍ଧ୍ରପ୍ରଦେଶ ସିଭିଲ ସପ୍ଲାଏ ବିଭାଗ (ଏପିଏସ୍ସି) ଇତ୍ୟାଦି ସହଯୋଗରେ ସମ୍ଭବ ହୋଇପାରିଛି । ସେହିପରି ବର୍ତ୍ତମାନ ଯାଏ ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ସର୍ବାଧିକ ଟ୍ରେନ, ଚାଉଳ ବୋଝେଇ କରିଛି । ଏହି ରେଳମଣ୍ଡଳ ବିଭିନ୍ନ ଷ୍ଟେସନରୁ ୧୪୯ଟି ଟ୍ରେନ ହାରାହାରି ୪ଲକ୍ଷ ୫୪ ହଜାର ୮୯୪ ଟନ୍ ଚାଉଳ ବୋଝେଇ କରି ଦେଶର ବିିଭିନ୍ନ ସ୍ଥାନକୁ ପରିବହନ କରିଛି । ଚାଉଳ ବୋଝେଇ ହୋଇଥିବା ସ୍ଥାନଗୁଡ଼ିକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନ୍ରୁ ୮ଟି ଟ୍ରେନ । ବଲାଙ୍ଗୀର ଷ୍ଟେସନ୍ରୁ ୧୪ଟି ଟ୍ରେନ ବୋଝେଇ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରୁ ୩୬ଟି ଟ୍ରେନ, ସୋନପୁର ଜିଲ୍ଲାରୁ ଡୁଙ୍ଗୁରିପାଲି ଷ୍ଟେସନ୍ରୁ ୧୬ଟି ଟ୍ରେନ, କଳାହାଣ୍ଡି ଜିଲ୍ଲାରୁ ଜୁନାଗଡ଼ ରୋଡ୍ ଷ୍ଟେସନ୍ରୁ ୧୨ଟି ଓ କେସିଙ୍ଗା ଷ୍ଟେସନ୍ରୁ ୧୨ଟି ଟ୍ରେନ, ମହାସମୁନ୍ଦ ଜିଲ୍ଲାର କୋମାଖାନ୍ ଷ୍ଟେସନ୍ରୁ ୫ଟି ଓ ବେଲସୋଣ୍ଡା ଷ୍ଟେସନ୍ରୁ ୧୩ଟି ଟ୍ରେନ, ନୂଆପଡ଼ା ଜିଲ୍ଲାର ଖରିଆର ଷ୍ଟେସନ୍ରୁ ୩ଟି ଟ୍ରେନ ଏବଂ ସମ୍ବଲପୁର ଜିଲ୍ଲାର ହୀରାକୁଦ ଷ୍ଟେସନ୍ରୁ ୩୦ଟି ଟ୍ରେନରେ ଚାଉଳ ବୋଝେଇ ହୋଇ ଆସିଛି ।
ୱାଲଟିୟର ରେଳମଣ୍ଡଳ ସମୁଦାୟ ୩୭ଟି ଟ୍ରେନ ହାରାହାରୀ ୧ଲକ୍ଷ ୧୦ ହଜାର ୮୮୪ଟନ୍ ଚାଉଳ ବୋଝେଇ କରିଛି । ଲକ୍ ଡାଉନ ସମୟରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଷ୍ଟେସନ୍ରୁ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ପାଞ୍ଚଟି ଟ୍ରେନ ହାରାହାରି ୧୩,୩୩୫ଟନ୍ ଚାଉଳ ବୋଝେଇ କରିଛି । ଏହି ଟ୍ରେନଗୁଡ଼ିକ ମୁଖ୍ୟତଃ ଦକ୍ଷିଣ ଭାରତର କର୍ଣ୍ଣାଟକର ଧରମପୁରୀ ଏବଂ କେରଳ ଓ ତାମିଲନାଡୁର ତିରୁଭାନ୍ନମାଲାଇ ତିରୁଚିରାପଲ୍ଲୀ ୁ ଏବଂ ତ୍ରିନେଲଭେଲି ଇତ୍ୟାଦି ସ୍ଥାନକୁ ଚଳାଚଳ କରିଛି ।
Comments are closed, but trackbacks and pingbacks are open.