ଦକ୍ଷିଣ-ପୂର୍ବ ଏସୀୟ ଦେଶର ଓଡ଼ିଆଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭିଡିଓ କନ୍ଫରେନ୍ସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୂର୍ବକାଳରେ ଓଡ଼ଡିଆ ଲୋକମାନେ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକରେ ବେପାର ବଣିଜ କରି ବଡ଼ ନାଁ କରିଥିଲେ । ବର୍ତ୍ତମାନ ଘଡ଼ିସନ୍ଧି ମୁହୂର୍ତ୍ତରେ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କରେ ରହୁଥିବା ସଫଳ ଓଡ଼ିଆମାନେ ଭାରତ ତଥା ଓଡ଼ିଶାର ବିକାଶ ପାଇଁ ନୂଆ ଆଇଡିଆ ଦିଅନ୍ତୁ ବୋଲି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଦକ୍ଷିଣ-ପୂର୍ବ ଏସୀୟ ଦେଶ ସମୂହ ଯଥା ଇଣ୍ଡୋନେସିଆ, ମିଅାଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡ ଆଦି ୬ଟି ଦେଶରେ ରହୁଥିବା ଓଡ଼ିଆ ବ୍ୟକ୍ତିବିଶେଷଙ୍କ ସହ ଆଜି ଭିଡିଓ କନଫରେନ୍ସିଂରେ କଥା ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହା ଉପରେ ଆଲୋଚନା କରିଥିଲେ ।ଏହି ଦେଶଗୁଡ଼ିକ ଅନ୍ତରାଷ୍ଟ୍ରୀୟ ସୀମା ସିଲ୍ କରିବା, ରାଷ୍ଟ୍ରୀୟ ଲକ୍ଡାଉନ୍ ତୁରନ୍ତ ଲାଗୁ କରିବା ସହ ଲକ୍ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରି କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଥିବା ବୋଲି ଏହି ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଆ ଲୋକମାନେ ମତପ୍ରକାଶ କରିଥିଲେ ।କରୋନା ମୁକାବିଲା ଓ ଆର୍ଥିକ ଗତିବିଧି ପ୍ରଭାବିତ ହେବା ପରବର୍ତ୍ତୀ ଆର୍ଥିକ ସ୍ଥିତି ଓ ସେଥିରେ ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହ ତଥା ଭାରତରେ ସମ୍ଭାବନା ସମ୍ପର୍କରେ ଏହି ପ୍ରମୁଖ ବ୍ୟକ୍ତିତ୍ୱମାନେ ଅନେକ ଆଶା ଓ ଆଶଙ୍କା ପ୍ରକାଶ କରିଥିଲେ ।କରୋନା ପରେ ଚୀନରୁ ଶିଳ୍ପ ସଂସ୍ଥା ଅନ୍ୟଦେଶକୁ ସ୍ଥାନାନ୍ତର ପ୍ରକ୍ରିୟାରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ତଥା ଭାରତକୁ ଅଧିକ ଲାଭ ମିଳିବ ବୋଲି ସେମାନେ ମତ ଦେଇଥିଲେ ।ଭାରତରେ ଦେଶବାସୀଙ୍କ ଡାଟା ଆଧାର, ସମସ୍ତଙ୍କର ବ୍ୟାଙ୍କ ଖାତା ଓ ଏହା ମାଧ୍ୟମରେ ଅର୍ଥ ପ୍ରଦାନର ବ୍ୟବସ୍ଥା ତଥା ଭାରତୀୟଙ୍କ ଦକ୍ଷତା ବା କୌଶଳ ଓ ଦେଶରେ ଲଜିଷ୍ଟିକର ସୁବିଧା ଭାରତକୁ ସୁବିଧାଜନକ ସ୍ଥିତିରେ ରଖିବ ଓ ଭାରତ ପାଇଁ ଅଧିକ ଶିଳ୍ପ ଆକୃଷ୍ଟ ହେବ ବୋଲି ଓଡ଼ିଆ ଲୋକମାନେ ମତବ୍ୟକ୍ତ କରିଥିଲେ ।
ଶ୍ରୀ ପ୍ରଧାନ ସେମାନଙ୍କ ସହ ଆଲୋଚନା କରି କହିଥିଲେ ଯେ କରୋନା ପରିସ୍ଥିତିରେ ଚୀନର ପାଖାପାଖି ହୋଇଥିଲେ ମଧ୍ୟ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ କରୋନାର ସଫଳ ମୁକାବିଲା କରିପାରିଛନ୍ତି । ବନେ୍ଦ ଭାରତ ମିଶନରେ ଭାରତ ସରକାର ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଜାରି ରଖିଛନ୍ତି । ଏହି କାମରେ ଏହି ଦେଶର ରହୁଥିବା ସଫଳ ଓଡ଼ିଆମାନେ ସହାୟକ ହୁଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଆରୋଗ୍ୟ ସେତୁ ଡାଉନଲୋଡ୍ କରିବା ପାଇଁ ପରାମର୍ଶ ଦେବା ସହ ଅନ୍ୟମାନଙ୍କୁ ଡାଉନଲୋଡ୍ କରିବା ପାଇଁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ଆଲୋଚନାରେ ଇଣ୍ଡୋନେସିଆ, ମିଅାଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡ ଦେଶରେ ରହୁଥିବା ୧୫ଜଣ ଓଡ଼ିଆ ସମୁଦାୟର ମୁଖ୍ୟ ଅଂଶଗ୍ରହଣ କରିଥିଲେ । ଇଣ୍ଡୋନେସିଆରୁ ଦେବର୍ଶୀ ଚରଣ ମଲ୍ଲିକ, ସରୋଜ କୁମାର ମହାନ୍ତି, ଅରୁଣ କୁମାର ନାୟକ, ମିଅାଁମାରର ଶୀତଲ ପଲ୍ଲାବାବୁ, ଶ୍ରୀଯୁକ୍ତ ଜଗନ୍ନାଥ, ସିଙ୍ଗାପୁରରରୁ ସ୍ୱପ୍ନେନ୍ଦୁ ମହାନ୍ତି, ଆଲୋକ ପଣ୍ଡା, ଭିଏତନାମରୁ ନଭେନ୍ଦୁ ବେହେରା, ଶ୍ରୀମନ୍ତ ଜେନା, ମାଲେସିଆରୁ ରଙ୍ଗଧର ହରିଆ, ଦୀପ୍ତିରଞ୍ଜନ ନନ୍ଦ, ଡା. ସ୍ନିଗ୍ଧା ମିଶ୍ର, ସଞ୍ଜୟ ଦାଶ ଏବଂ ଥାଇଲ୍ୟାଣ୍ଡର ଏସ.ସି ମହାପାତ୍ର ଓ ବିଶ୍ୱାସ ମହାନ୍ତି ପ୍ରମୁଖ ଆଲୋଚନାରେ ମତ ରଖିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons