ଚେନ୍ନାଇ: ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ ଦକ୍ଷିଣ ଭାରତରେ ପ୍ରଥମ ଥର ପାଇଁ ବ୍ରହ୍ମୋସ କ୍ରୁଜ୍ ମିସାଇଲ ସଂଯୁକ୍ତ ସୁଖୋଇ-୩୦ ଏମକେଆଇ ଯୁଦ୍ଧବିମାନ ମୁତୟନ କରିଛି । ସୋମବାର ଏଧରଣର ବିମାନକୁ ତାମିଲନାଡ଼ୁର ତଂଜାବୁରରେ ମୁତୟନ କରାଯାଇଥିବା ୨୨୨ ଟାଇଗର ସ୍କ୍ୱାଡ୍ରନରେ ସାମିଲ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏଭଳି ମାତ୍ର ୬ଟି ବିମାନ ଉକ୍ତ ସ୍କ୍ୱାଡ୍ରନରେ ସାମିଲ କରାଯାଇଥିଲାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସଂଖ୍ୟା ୧୮ରେ ପହଞ୍ଚôବ । ଆଜି ଏଥିପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁଖୋଇ ବିମାନଗୁଡିକୁ ୱାଟର ସାଲୁ୍ୟଟ (ପାଣିକୁ ବ୍ୟବହାର କରି ଦିଆଯାଉଥିବା ଏକପ୍ରକାର ସାଲୁ୍ୟଟ) ଦିଆଯାଇଥିଲା ।
ସୁଖୋଇ ବିମାନ ତଂଜାବୁର ବାୟୁସେନା ଷ୍ଟେସନ ଠାରୁ ୧୫୦୦ କିମି ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ପଇଁତରା ମାରିବା ସହିତ ଆକ୍ରମଣ କରିପାରିବ । ଏଥିରେ ସଂଯୁକ୍ତ ହୋଇଥିବା ବ୍ରହ୍ମୋସ କ୍ରୁଜ୍ ମିସାଇଲର ରେଞ୍ଜ ହେଉଛି ୩୯୦ କିମି । ତେଣୁ ବ୍ରହ୍ମୋସ ମିସାଇଲ ସଂଯୁକ୍ତ ସୁଖୋଇ ବିମାନ ଶତ୍ରୁ ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହେବ । ଭାରତ ଏହି ବିମାନ ସାହାଯ୍ୟରେ ବଙ୍ଗୋପସାଗର, ଆରବ ସାଗର ଏବଂ ଭାରତ ମହାସାଗରର ଏକ ବଡ଼ ଅଞ୍ଚଳ ଉପରେ ନଜର ରଖିବ । ସେଇ ଅଞ୍ଚଳରେ ଶତ୍ରୁ ରାଷ୍ଟ୍ରର ଯୁଦ୍ଧଜାହାଜର କୌଣସି ପ୍ରକାର ଗତିବିଧି ନଜରକୁ ଆସିଲେ ଭାରତ ତା’ ବିରୋଧରେ ତୁରନ୍ତ କାର୍ଯ୍ୟାନୁÂାନ ଗ୍ରହଣ କରିପାରିବ । ଗତ କିଛି ବର୍ଷ ହେଲା ଭାରତ ମହାସାଗରରେ ଚୀନ୍ ନୌସେନାର ଗତିବିଧି ବୃଦ୍ଧି ପାଇଛି । ତେଣୁ ତା’କୁ ପ୍ରତିହତ କରିବା ପାଇଁ ଭାରତ ଏପ୍ରକାର ପଦକ୍ଷେପ ନେଇଛି ବୋଲି ମନେ କରାଯାଉଛି ।
ଏହି ଅବସରରେ ଭାରତୀୟ ବାୟୁସେନାର ମୁଖ୍ୟ ଏୟାରମାର୍ଶଲ ଆରକେଏସ ଭଦୌରିଆ କହିଛନ୍ତି ଯେ ତଂଜାବୁର ଏୟାରଫୋର୍ସ ଷ୍ଟେସନର ଅବସ୍ଥିତି ସାମରିକ ଦୃଷ୍ଟିରୁ ଅତି ମହତ୍ତ୍ୱପୂର୍ଣ୍ଣ ଅଟେ । ତେଣୁ ଏଠାରେ ବ୍ରହ୍ମୋସ ମିସାଇଲ ସଂଯୁକ୍ତ ସୁଖୋଇ ବିମାନ ମୁତୟନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଶତ୍ରୁ ରାଷ୍ଟ୍ରର କୌଣସି ଯୁଦ୍ଧଜାହାଜ ଯଦି ବେଆଇନ ଭାବେ ଭାରତୀୟ ସୀମା ଭିତରେ ପ୍ରବେଶ ଏବଂ ଭାରତର ଉପକୂଳ ଆଡକୁ ଆସିବାକୁ ପ୍ରୟାସ କରେ, ତାହାହେଲେ ଏହାଯୋଗେ ତା’କୁ ବିଫଳ କରାଯିବ । ସେ ମଧ୍ୟ ପ୍ରକାଶ କରିଛନ୍ତି ଯେ ସୁଖୋଇ ବିମାନରେ ବ୍ରହ୍ମୋସ ମିସାଇଲକୁ ସଂଯୁକ୍ତ କରିବା କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳର ବ୍ୟବହାର କରି କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ବାୟୁସେନା ପାଇଁ ନିର୍ମିତ ବ୍ରହ୍ମୋସ ମିସାଇଲ ସଂସ୍କରଣ ଉକ୍ତ ମିସାଇଲର ସ୍ଥଳସେନା ଏବଂ ନୌସେନା ସଂସ୍କରଣ ଅପେକ୍ଷା ଓଜନରେ ୫୦୦ କିଲୋ କମ । ସୁଖୋଇ ବିମାନରେ ସଂଯୁକ୍ତ ଏଧରଣର ମିସାଇଲକୁ ବ୍ୟବହାର କରି ଶତ୍ରୁର ଯୁଦ୍ଧଜାହାଜ ଉପରେ ଆକ୍ରମଣ କରାଯିବ । ସୁଖୋଇ ବିମାନ ଘଣ୍ଟା ପ୍ରତି ୩ ମାକ୍ ଅର୍ଥାତ୍ ୩୭୦୪ କିମି ବେଗରେ ଗତି କରିବା ସହିତ ଏହି ମିସାଇଲକୁ ମାଡ କରିବ ।
Comments are closed, but trackbacks and pingbacks are open.