ଦନ୍ତାକୁ ମାରି ନେଇଗଲେ ଦାନ୍ତ

Get real time updates directly on you device, subscribe now.

ସୋନପୁର: ଦନ୍ତାକୁ ମାରି ନେଇଗଲେ ଦାନ୍ତ । ସୋନପୁର ଜିଲ୍ଳା ଉଲୁଣ୍ଡା ରେଞ୍ଜ ସାରସଦାଦାର ଜଙ୍ଗଲ ରେ ଏକ ଦନ୍ତା ହାତୀର ଗଳିତ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ , ଉଲୁଣ୍ଡା ସାରସଦାଦାର ଜଙ୍ଗଲରେ ପଡିରହିଥିବା ଦନ୍ତା ହାତୀର ଦାନ୍ତକୁ କିଏ କାଢି ନେଇ ଯାଇଥିବାର ଦେଖିବାକୁ ମିଳିଛି । ହାତୀ ମୃତ୍ୟୁର କାରଣ ମଧ୍ୟ ଜଣାପଡିନାହିଁ । ଡିଏଫଓ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖିଛନ୍ତି । ହାତୀକୁ ହତ୍ୟା କରାଯାଇଛି ନା ହାତୀ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ବନ ବିଭାଗ ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons