ଦରଭା ଡିଭିଜନ ମାଓ ନେତା ବିନୋଦ କରୋନାର ସଂକ୍ରମଣରେ ମୃତୁ୍ୟ

Get real time updates directly on you device, subscribe now.

ମାଲକାନଗିରି:ମାଲକାନଗରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଦରଭା ଡିଭିଜନ କମାଣ୍ଡର, ଦୁର୍ଦ୍ଧାନ୍ତ ମାଓ ନେତା ବିନୋଦର କରୋନା ସଂକ୍ରମଣରେ ମୃତୁ୍ୟ ଘଟିଥିବା ଜଣାପଡିଛି । ମୃତ ମାଓ ନେତା ବିନୋଦ ୨୦୧୩ ମସିହା ଛତିଶଗଡ଼ ଇରମ ଘାଟି ହମଲାର ମାଷ୍ଟରମାଇଣ୍ଡ ଥିଲା । ଏହି ମାଓ ହମଲାରେ ଛତିଶଗଡ଼ ରାଜ୍ୟ କଂଗ୍ରେସର ବରିÂ ନେତା ମହେନ୍ଦ୍ର କର୍ମା, ବିଦ୍ୟାଚରଣ ଶୁକ୍ଳା, ନନ୍ଦକୁମାର ପଟେଲଙ୍କ ମୃତୁ୍ୟ ଘଟିଥିଲା । ମାଓ ନେତା ବିନୋଦ ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଚଂଳରେ ଲ୍ୟାଣ୍ଡମାଇନ, ପ୍ରେସର ମାଇନ ବିସ୍ପୋରଣ ସହିତ ବଡ଼ ବଡ଼ ମାଓ ହମଲାର ମାଷ୍ଟରମାଇଣ୍ଡ ଥିଲା । ଛତିଶଗଡ଼ ରାଜ୍ୟ ସରକାର ବିନୋଦ ନାମରେ ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ବିନୋଦ ଗତ କିଛି ଦିନ ଧରି କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ବିଜାପୁର ଜଙ୍ଗଲର ଏକ କ୍ୟାମ୍ପରେ ଘରୋଇ ଭାବେ ଚିକିତ୍ସିତ ହେଉଥିଲା । ଗତ ୧୧ତାରିଖ ଦିନ ମୃତୁ୍ୟ ଘଟିଛି ଓ ଆଜି ଏକ ଜଙ୍ଗଲରେ ଶବ ସଂସ୍କାର କରାଯାଇଥିବା ବିଜାପୁର ପୁଲିସ ସୁଚନା ଦେଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons