ଦରମା ମାଗିବାରୁ ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼ । ତିରୁପୁରରେ ଥିବା ଏକ ଘରୋଇ କମ୍ପାନୀରେ ମାଡ଼ ମରାଯାଇଥିବା ନେଇ ସାଘାଂତିକ ଅଭିଯୋଗ ଆସିଛି । କମ୍ପାନୀର ସ୍ଥାନୀୟ କର୍ମଚାରୀମାନେ ହିଁ ସେମାନଙ୍କୁ ପିଟିଛନ୍ତି । ଏହି ସମୟର ଭିଡିଓ ଏବେ ଭାଇରାଲ୍ ହୋଇଛି । ଏଥିରେ ଶ୍ରମିକମାନଙ୍କୁ ବାଡିରେ ନିସ୍ତୁକ ମାଡ଼ ମରାଯାଉଥିବା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯିବା ସହ ରକ୍ତ ବାହାରୁଛି । ୩ଶହରୁ ଅଧିକ ଓଡ଼ିଆ ଲୋକେ ଏହି କମ୍ପାନୀରେ କାମ କରୁଛନ୍ତି । ତେବେ ଲକ୍ଡାଉନ୍ ପରେ ଏମାନଙ୍କୁ ଦରମା ମିଳିନଥିଲା । ଏମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦରମା ମାଗିଥିଲେ । କମ୍ପାନୀ କର୍ତ୍ତୃପକ୍ଷ ପାଖକୁ ଏକଜୁଟ୍ ହୋଇ ଯାଇ ସମସ୍ତେ ଟଙ୍କା ମାଗିଥିଲେ । ହେଲେ ଦରମା ଦେବା ପରିବର୍ତ୍ତେ କମ୍ପାନୀର ସ୍ଥାନୀୟ କର୍ମଚାରୀ ତାଙ୍କୁ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ସଂପୃକ୍ତ କମ୍ପାନୀର ପ୍ରତିକ୍ରିୟା ମିଳିପାରିନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons