ଦର୍ଶନ ଦେଲେ ପାତାଳି ଜଗନ୍ନାଥ

Get real time updates directly on you device, subscribe now.

ସୋନପୁର,(ବି.ବି.ନୁ୍ୟଜ): ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଶାସନ ସବୁ ଧର୍ମାନୁÂାନ ଖୋଲିବାକୁ ଅନୁମତି ଦେବା ପରେ ଉଲୁଣ୍ଡା ବ୍ଲକର ପବିତ୍ର ତୀର୍ଥସ୍ଥଳ ପାତାଳି ଶ୍ରୀକ୍ଷେତ୍ର ମଧ୍ୟ ଆଜି ଚଳ ଚଞ୍ଚଳ ହୋଇ ଉଠିଛି । ଦୀର୍ଘ ୧୦ ମାସର ଦୂରତା ପରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ । କୋଭିଡ କଟକଣା ଯୋଗୁଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ମନ୍ଦିର । ଏହି ସମୟ ମଧ୍ୟରେ ଦର୍ଶନ କଟକଣା ସହ କେବଳ ନୀତିକାନ୍ତିରେ ପୂଜା କାର୍ଯ୍ୟ ଜାରି ରହିଥିଲା । ଆଜି ସମସ୍ତ ଉପାସନା ପୀଠ ଖୋଲିବା ଦ୍ୱାରା ପ୍ରାୟ ସମସ୍ତ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖାଯାଇଥିଲା । ମହାବାହୁଙ୍କ ସହ ସାକ୍ଷାତକାର କରି ବିଭୋର ହୋଇ ଉଠିଥିଲେ ଶ୍ରଦ୍ଧାଳୁ । ପୀଠରେ ପାରମ୍ପରିକ ପୂଜା କାର୍ଯ୍ୟ ପରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ଦର୍ଶନ କରିଥିଲେ । ଆଜି ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । କୋଭିଡ କଟକଣା ଯୋଗୁଁ କୌଣସି ଭକ୍ତ ଠାକୁରଙ୍କୁ ଭୋଗ ଲାଗି କରିନପାରି ଦର୍ଶନ ପରେ ଖାଲି ଫେରୁଥିବା ଦେଖାଦେଇଥିଲା । ଟ୍ରଷ୍ଟ ତରଫରୁ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଥିଲା ।
ସେହିପରି ଦୀର୍ଘ ୧୦ମାସର ଅପେକ୍ଷା ପରେ ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ଦର୍ଶନ ପାଇଛନ୍ତି ସୋନପୁରବାସୀ । ମନ୍ଦିରକୁ ପ୍ରବେଶ ଓ ମନ୍ଦିରରୁ ପ୍ରସ୍ତାନ ସମୟରେ ପରସ୍ପର ମଧ୍ୟରେ ଅନୁ୍ୟନ ୬ ଫୁଟ୍ର ଦୂରତା ରକ୍ଷା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ପ୍ରବେଶ ପଥରେ ଥର୍ମାଲ ସ୍କାନିଂ ଓ ସାନିଟାଇଜର ମଧ୍ୟ ବାଧ୍ୟତାମୂଳ କରାଯାଇଛି । ସେହିପରି ଭକ୍ତମାନେ ମନ୍ଦିର ଭିତରେ ଥିବା କୌଣସି ମୂର୍ତ୍ତୀକୁ ସ୍ପର୍ଶ କରିବାକୁ ସ୍ପଷ୍ଟଭାବେ ବାରଣ କରାଯାଇଛି । ଏହା ବ୍ୟତିତ କରୋନା ସଂକ୍ରମଣକୁ ଏଡାଇବା ପାଇଁ ୬୫ ବର୍ଷରୁ ଉର୍ଦ୍ଧ, ଗର୍ଭବତୀ, ୧୦ବର୍ଷରୁ କମ୍ ଶିଶୁ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଏଭଳି ସ୍ଥାନକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଦୀର୍ଘ ଦିନ ପରେ ମନ୍ଦିରରମାଳିନୀ ସହରର ବିଭିନ୍ନ ମନ୍ଦିର ଖୋଲିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନ୍ଦର ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ଅନ୍ୟତମ ଶକ୍ତି କ୍ଷେତ୍ର ମାଁ ମେଟାକାନୀଙ୍କ ମୂଳ ପୀଠ ଖୋଲାଯାଇନଥିବାରୁ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ମନ୍ଦିର ପରିସରକୁ ସାନିଟାଇଜ କଲାପରେ ଆସନ୍ତା ରବିବାର ଭକ୍ତ ମାନଙ୍କ ପାଇଁ ଖୋଲାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons