ଦର୍ଶନ ନ ମିଳିଲେ ଜୀବନ ହାରିିବେ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଜୁଲାଇ ମାସରୁ ଚାରି ଧାମ ଦର୍ଶନ ଯାତ୍ରାରେ ଆସିଥିବା ଜଣେ ଶ୍ରୀଜଗନ୍ନାଥ ଭକ୍ତ ପୁରୀରେ ଚାରିଦିନ ଧରି ପ୍ରଭୁଙ୍କ ଦର୍ଶନ କରିବାକୁ ଅପେକ୍ଷା କରିଛନ୍ତି । ମଧ୍ୟପ୍ରଦେଶ ମୋଗଲସରାଇ ଥାନା ଝଣ୍ଡୱା ଗ୍ରାମ ନିବାସୀ କୁଲବେନ୍ଦ୍ର ସିଂହ ଦାଙ୍ଗି ଶ୍ରୀଜଗନ୍ନାଥ ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିବାକୁ ଜିଦ ଧରିଛନ୍ତି । ଦର୍ଶନ ନ ମିଳିଲେ ଜୀବନ ହାରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।
ଗତ ଶୁକ୍ରବାର କୁଲବେନ୍ଦ୍ର ପୁରୀରେ ପହଞ୍ଚôଛନ୍ତି । ଶ୍ରୀମନ୍ଦିର ଖୋଲିବ, ପ୍ରଭୁଙ୍କ ଦର୍ଶନ କରିବେ । କିନ୍ତୁ ଶ୍ରୀମନ୍ଦିର ପ୍ରବେଶ ଉପରେ ପ୍ରଶାସନ କଟକଣା ଜାରି କରିଥିବାରୁ ସେ ଉଦବିଗ୍ନ । ତାଙ୍କ ମତରେ ଦେଶର ବିଭିନ୍ନ ପ୍ରମୁଖ ମନ୍ଦିର ଦର୍ଶନ ପାଇଁ ଖୋଲିସାରିଛି । କୋଭିଡ୍ ଯୋଗୁ ମଦ ଦୋକାନ ଖୋଲିବା, ରାଜନେତାଙ୍କ ଶୋଭାଯାତ୍ରା ଆଦିରେ କଟକଣା ନଥିବା ବେଳେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ଅଧିକାରରୁ ଦୂରେଇ ରଖାଯାଇଛି । ଏହାକୁ ସେ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଗତ ଜୁଲାଇ ୭ରୁ ସେ ନିଜ ଜନ୍ମମାଟିରୁ ଚାଲିଚାଲି ତୀର୍ଥସ୍ଥାନ ଦର୍ଶନରେ ଆସିଛନ୍ତି । ଗାଁରୁ ବାହାରିବା ଦିନଠାରୁ ସେ ଫଳାହାର କରି ରହିଛନ୍ତି । ଠକୁରଙ୍କ ଦର୍ଶନ ଲାଳସା କାରଣରୁ ସେ ପାଦରେ ଚାଲି ଚାଲି ଆସିବାରେ କଷ୍ଟ ଅନୁଭବ କରୁ ନାହାନ୍ତି । କିନ୍ତୁ ପ୍ରଶାସନ ତଥା ସରକାର ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୋଭିଡ୍ କଟକଣା ନାମରେ ପ୍ରତିବନ୍ଧକ ସାଜିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେ ପ୍ରଭୁଙ୍କ ଦର୍ଶନ ବିନା ଘରକୁ ଫେରିବେ ନାହିଁ । ଯଦି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ନଯାଏ ତାହା ହେଲେ ସେ ଶ୍ରୀକ୍ଷେତ୍ରରେ ଜୀବନ ହାରିବେ ବୋଲି ପ୍ରଶାସନକୁ ଚରମବାଣୀ ଶୁଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons