ଭୁବନେଶ୍ୱର, (ଏସ୍.କେ. ସାଦିକ୍ ଅଲ୍ଲୀ):ସମାଜସେବୀ ବୁଲାଉଥିବା ମମତା ସାମନ୍ତରାୟଙ୍କ ଧିରେ ଧିରେ ଗୁମର ଫିଟୁଛି । କେବେ ଶେଷ ହେବ ମମତା ସାମନ୍ତରାୟଙ୍କ ରାଜୁତି । ମମତାଙ୍କ ହାତରେ କେବେ ପଡିବ ଆଇନର ହାତ କଡ଼ି, କେବେ ଅନ୍ଧାର କୋଠରୀ ଦେଖିବେ ମମତା, ମମତାଙ୍କ ଲମ୍ବା ହାତ କେତେଦୂର ଲମ୍ବିଛି , କେଉଁ ବଡ଼ ବଡ଼ ବାବୁମାନେ ତାଙ୍କ ହାତମୁଠାରେ ରହି ତାଙ୍କ ପାଇଁ କାମ କରୁଛନ୍ତି, ଆଉ ନେତାମନ୍ତ୍ରୀ ସାମିଲ ନୁହଁନ୍ତି ତ?
କେବେ ଖୋଲିବ ମମତା ସାମନ୍ତରାୟଙ୍କ ରହସ୍ୟର ପେଡ଼ି, କାହିଁ କି ନାଲି ଫିତାତଳେ ଚାପି ହୋଇ ରହିଛି ମମତାଙ୍କ ବିରୋଧରେ କାଗଜପତ୍ର । ସରକାରୀ ବାବୁ ମମତାଙ୍କ ପାଇଁ ନୂଆଁ ଆଇନ୍ ତିଆରି କଲେକି, ଆମେ କହୁଛୁ କଟକ ଜିଲ୍ଲା ମମତା ସାମନ୍ତରାୟଙ୍କ କଥା, ଖବର ପ୍ରଶାରଣ କରିଥିଲୁ ମମତା ସାମ୍ବାଦିକଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଦେବା ଏବଂ ଜଣେ ସାମ୍ବାଦିକଙ୍କ କର୍ତ୍ତବ୍ୟ ସତକୁ ସାମ୍ନାକୁ ଆଣିବା, ସତକୁ ସାମ୍ନାକୁ ଆଣି ସାମ୍ବାଦିକମାନେ କଣ ଭୁଲ କରିଛନ୍ତି ।
ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି, ଅନ୍ୟପଟରେ କହିବାକୁ ଗଲେ ସରସ୍ୱତୀ ପାତ୍ରଙ୍କ ରିପୋର୍ଟ ଅନୁସାରେ ସାମ୍ବାଦିକମାନେ ନ୍ୟୁଜ କଭର କରିବା ବେଳେ ପଡୋସି ଦଳିତ ମହିଳା ଅର୍ଣ୍ଣପୂର୍ଣ୍ଣା ଭୋଇଙ୍କ ବାଇଟ୍ ଆଣିଥିଲେ, ସେ ବାଇଟରେ ଅଣ୍ଣପୂର୍ଣ୍ଣା କହିଥିଲେ, ମମତା ଏଠାରେ ଭଡ଼ାରେ ରହୁଛନ୍ତି, ମମତା ଅର୍ଣ୍ଣପୂର୍ଣ୍ଣା ଭୋଇଙ୍କୁ ମଧ୍ୟ ଅସଭ୍ୟ ଭାଷା ସହିତ ମାରିଦେବାକୁ ଧମକ ଦେଇଥିଲେ । ଦଳିତ ମହିଳାଙ୍କ ଜାତିକୁ ଆକ୍ଷୋପ କରିଥିଲେ । ଦଳିତ ନିରୀହ ଅର୍ଣ୍ଣପୂର୍ଣ୍ଣା ଭୋଇ ଏବଂ ତାଙ୍କୁ ପୁଅ କ’ଣ କହୁଛନ୍ତି ।
ଅର୍ଣ୍ଣପୂର୍ଣ୍ଣା ଜଣେ ଦଳିତ ମହିଳା, ସୁପି୍ରମକୋର୍ଟଙ୍କ ଗାଇଡ଼୍ ଲାଇନ୍ ଅନୁସାରେ ଦଳିତ ମହିଳାଙ୍କ ଏତେଲାକୁ ଦାୟର କରି ପୋଲିସ ଆରେଷ୍ଟ କରିବା କଥା । ଅନ୍ୟପଟେରେ ପୋଲିସ ଆରେଷ୍ଟ ନ କରି ସୁପ୍ରିମକୋର୍ଟଙ୍କ ନିୟମକୁ ଉଲ୍ଲଂଘନ କରି ରାତି ଅଧିଆ କେମିତି ପଚରା ଉଚରା କରି ଚାଲିଦେଲେ ।
ତେବେ ଆଜି ଯାଏଁ ପୋଲିସ କାହିଁ ଦଳିତ ମହିଳାଙ୍କୁ ସୁରକ୍ଷା ସହ ନ୍ୟାୟ ନଦେଇ ଚୁପ୍ ହୋଇ ବସି ରହିଛନ୍ତି । ଯାହାକୁ ଉଲ୍ଲେଖ କରି ଆଜି ଦଳିତ ମହିଳା ତାଙ୍କ ଜୀବନ ପ୍ରତି ସୁରକ୍ଷା ଏବଂ ଜାତିକୁ ନେଇ ସୁରକ୍ଷା ସହ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି । ଏବଂ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ଆଶ୍ରୟ ନେବାକୁ ବୟାନ ରଖିଛନ୍ତି ।
Comments are closed, but trackbacks and pingbacks are open.