ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଦେଲେ ଆହ୍ୱାନ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ଶେଷରେ ସବୁ କଳଳ୍ପାଜଳ୍ପନାର ଅନ୍ତ ଘଟିଛି । ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କ ନିଷ୍ପତ୍ତିକୁ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ସମ୍ମାନ ଦେଇଛନ୍ତି । ଏକ ମନ, ଏକ ପ୍ରାଣ ହୋଇ ଆଗାମୀ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ସମସ୍ତ କର୍ମୀଙ୍କୁ ସେ ଆହ୍ୱାନ ଦେଇଛନ୍ତି ।
ସଦର ଉପନିର୍ବାଚନ ପାଇଁ ବିଜେଡିର ଯେଉଁ ଆଶାୟୀ ପ୍ରାର୍ଥୀମାନେ ଥିଲେ ସେମାନଙ୍କ ତାଲିକାରେ ଶ୍ରୀ ଜେନା ଓ ତାଙ୍କ ଧର୍ମପତ୍ନୀ ସୁବାସିନୀ ଜେନା ନାଁ ଆଗରେ ଥିବା ଚର୍ଚ୍ଚା ହେଉଥିଲା । ତେବେ ଦଳର ସୁପ୍ରିମୋ ସମସ୍ତଙ୍କୁ ଚକିତ କରି ପୂର୍ବତନ କାଉନ୍ସିଲର ସ୍ୱରୂପ ଦାସଙ୍କୁ ଟିକେଟ୍ ଦେଇଛନ୍ତି । ଏହାକୁ ନେଇ ଦୁଇଦିନ ହେବ ବିଭିନ୍ନ ଆଲୋଚନା ହେଉଥିଲା । ତେବେ ଶ୍ରୀ ଜେନା ଏହି ଆଲୋଚନାର ଅନ୍ତ ଘଟାଇଛନ୍ତି ।
ସେ କହିଛନ୍ତି, ନିର୍ବାଚନରେ ଟିକେଟ୍ କିଏ ପାଇବ ନ ପାଇବ ତାହା ମୁଖ୍ୟମନ୍ତ୍ରୀ, ଦଳର ନିଷ୍ପତ୍ତି । ଆମେ ତାହାକୁ ସମ୍ମାନ ଦେବା । ବହୁ ବିଚାର କରି ସେମାନେ ଏଭଳି ନିଷ୍ପତ୍ତି ନେଇଥିବେ । ବିଜେଡି ଏକ ଶୃଙ୍ଖଳିତ, ସଙ୍ଗଠିତ ଦଳ । ଏହି ନିଷ୍ପତ୍ତି ପରେ ଯେଉଁ କର୍ମୀମାନେ ମୋ ସହିତ ନିବିଡ଼ ଭାବେ ଜଡ଼ିତ ଅଛନ୍ତି, ସେମାନଙ୍କୁ ଏହା ନିଶ୍ଚିତ କଷ୍ଟ ଦେବ । କାରଣ ସମସ୍ତେ ଚାହାନ୍ତି ତାଙ୍କର ମନର ଲୋକ ଜଣେ ନେତୃତ୍ୱ ନେଉ । ମାତ୍ର ରାଜନୀତି ପ୍ରଣାଳୀରେ ସମସ୍ତଙ୍କୁ ଭାବପ୍ରବଣତାର ଉଦ୍ଧ୍ୱର୍ରେ ରହି ନିଷ୍ପତ୍ତି ନେବାକୁ ହୁଏ । ଦଳୀୟ ନେତାମାନେ ବିଭିନ୍ନ ଜିନିଷକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଥିବେ । ତାହାକୁ ଆମେ ସମ୍ମାନ ଦେବା । ଦଳକୁ ଜିତାଇବା ପାଇଁ ସମସ୍ତେ ଏକତ୍ରିତ ଭାବେ କାମ କରିବା ବୋଲି ଦଳୀୟ କର୍ମୀଙ୍କୁ ସେ କହିଥିଲେ । ଶ୍ରୀ ଜେନାଙ୍କ ଏଭଳି ପ୍ରତିକ୍ରିୟା ପରେ ଯେଉଁସବୁ ଆଲୋଚନା ଜୋର ଧରିଥିଲା, ତାହା କ୍ରମଶଃ ପ୍ରଶମିତ ହେବାକୁ ଯାଉଛି ।
ଶ୍ରୀ ଜେନାଙ୍କ ନେତୃତ୍ୱରେ ଦଳୀୟ କର୍ମୀଙ୍କୁ ନେଇ ଏକ ବୈଠକ ଅନୁÂିତ ହୋଇଯାଇଛି । ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ ଏଥିରେ ଅଂଶଗ୍ରହଣ କରିଥିଲେ । କେବଳ ଶ୍ରୀ ଜେନା ନୁହନ୍ତି, ଆଶାୟୀ ପ୍ରାର୍ଥୀ ଦୌଡ଼ରେ ଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ମଧ୍ୟ ଦଳକୁ ବିଜୟୀ କରାଇବା ପାଇଁ ପୁରା ଦମ୍ରେ ଅଣ୍ଟା ଭିଡ଼ିଛନ୍ତି । ଶ୍ରୀ ଦାଶ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶତପ୍ରତିଶତ ଠିକ୍ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ନିର୍ବାଚନରେ ବିନା ଦ୍ୱନ୍ଦ୍ୱରେ ପ୍ରଚାର ମଙ୍ଗ ଧରିବି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ମୁଁ ନିଜେ ନିର୍ବାଚନ ଲଢ଼ୁଥିବା ଅନୁଭବ କରୁଛି । ଦଳକୁ ବିଜୟୀ କରାଇବା ଆମର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ଶ୍ରୀ ଦାଶ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons