
ଦଶପଲ୍ଲା,(ବି.ବି.ନୁ୍ୟଜ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଶେଷ ପର୍ଯ୍ୟାୟରେ ୧୭ଖଣ୍ଡ କାଠ ପୁରୀ ପଠାଯାଇଛି । ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଚ୍ଛା ସେrନର କେନ୍ଦ୍ରୀୟ ସଂରକ୍ଷିତ ଜଙ୍ଗଲର କମ୍ପାର୍ଟମେଣ୍ଟ-୧୩ରୁ ଏହି ସବୁ କାଠ ପଠା ଯାଇଛି । ଏସବୁ କାଠ ମଧ୍ୟରେ ୨୦ଫୁଟିଆ ଧଉରା ୬ ଖଣ୍ଡ, ୧୨ଫୁଟିଆ ଧଉରା ୧୦ଖଣ୍ଡ ଏବଂ ଗୋଟିଏ ଅସନ କାଠ ରହିଛି । ଅପରାହ୍ଣରେ ଏହି ସବୁ ରଥ କାଠ ବୋଝେଇ ଟ୍ରକ ଦଶପଲ୍ଲାରୁ ପୁରୀ ଅଭିମୁଖେ ବାହାରିଥିଲା ।


Comments are closed, but trackbacks and pingbacks are open.