ଦଶମ ଶ୍ରେଣୀର ପରିବର୍ତ୍ତିତ ପାଠ୍ୟକ୍ରମ ପ୍ରକାଶିତ

Get real time updates directly on you device, subscribe now.

କଟକ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଦଶମ ଶ୍ରେଣୀର ପରିବର୍ତ୍ତିତ ପାଠ୍ୟକ୍ରମ ପ୍ରକାଶ ପାଇଛି ବୋର୍ଡର ୱେବସାଇଟ୍‌ରେ ଏହି ବିବରଣୀ ପ୍ରଦାନ କରାଯାଇଥିବା ଜଣାପଡିଛି ।
ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବୋର୍ଡର ୱେବ୍‌ସାଇଟ୍‌ www.bseodisha.nic.inରୁ ଏହି ନୂତନ ପାଠ୍ୟକ୍ରମ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ଦଶମ ଶ୍ରେଣୀର ୮ଟି ବହିର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିବାବେଳେ ଏହାର ତଥ୍ୟ ୱେବ୍‌ସାଇଟରେ ପ୍ରଦାନ କରାଯାଇଛି ।
୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଦଶମ ଶ୍ରେଣୀର ମୋଟ୍‌ ୧୪ଟି ବହି ମଧ୍ୟରୁ ୮ଟି ବହି ଯଥା ସାହିତ୍ୟ ସିନ୍ଧୁ, ସ୍କିଲ୍‌ ଅଫ୍‌ କମ୍ୟୁନିକେଟିଭ୍‌ ଇଂରାଜୀ, ମାଧ୍ୟମିକ ବୀଜଗଣିତ, ମାଧ୍ୟମିକ ଜ୍ୟାମିତି, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ, ଇତିହାସ ଓ ରାଜନୀତି ବିଜ୍ଞାନ, ଭୂଗୋଳ ଓ ଅର୍ଥନୀତି ବହିର କିଛି ବିଷୟବସ୍ତୁକୁ ବାଦ୍‌ ଦିଆଯାଇ ନୂଆ ବିଷୟବସ୍ତୁ ଯୋଗ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons