ଦଶହରାରେ କୋଭିଡ୍ କଟକଣା, ଆଇନଶୃଙ୍ଖଳା ଉପରେ ଗୁରୁତ୍ୱ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ, ବିଶେଷକରି ମାନବାଧିକାର କ୍ଷୁର୍ଣ୍ଣ ହେଲା ଭଳି ଭିଡିଓ ଭାଇରାଲ୍ ହେବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରିବା ଲାଗି ଡିଜିପି ଶ୍ରୀ ଅଭୟ ଜିଲ୍ଲା ସ୍ତରରେ ଏସ୍ପି ଓ ଦ୍ୱୈତ ମହାନଗରୀ ଡିସିପିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଉକ୍ତ ଅପରାଧିକ ମାମଲାରେ ସାମାନ୍ୟ ଅବହେଳା ନକରି କାର୍ଯ୍ୟାନୁÂାନ କ୍ଷେତ୍ରରେ କଠୋର ହେବା ପାଇଁ ପୁଲିସ୍ ଅଧିକାରୀମାନଙ୍କୁ ଡିଜି କହିଛନ୍ତି ।
ରାଜ୍ୟରେ ଆଇନ୍ ଶୃଙ୍ଖଳା ଏବଂ ପୁଲିସ୍ର କାର୍ଯ୍ୟଧାରା ସମେତ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଡିଜି ଆଜି ପୁଲିସ୍ ମୁଖ୍ୟାଳୟରେ ବରିÂ ଅଧିକାରୀମାନଙ୍କୁ ନେଇ ଭିଡିଓ କନଫରେନସିଂ ଜରିଆରେ ସମୀକ୍ଷା କରିଛନ୍ତି । ଆଗକୁ ମୁଣ୍ଡ ଉପରେ ଦଶହରା ପୂଜା । ସରକାରଙ୍କ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଦଶହରା ପୂଜା କିପରି ଶାନ୍ତିଶୃଙ୍ଖଳାର ସହ ସମାପନ କରାଯିବ ଏବଂ ଏ କ୍ଷେତ୍ରରେ ପୁଲିସ୍ର ଭୁମିକା କଣ ରହିବ ସେ ସମ୍ପର୍କରେ ଏସ୍ପିମାନଙ୍କ ସମେତ ରେଞ୍ଜ ଡିଆଇଜି ଓ ଆଇଜୀବୀମାନଙ୍କ ସହ ଆଲୋଚନା ହୋଇଛି । ଥାନା ସ୍ତରରେ ବର୍ଷ ବର୍ଷ ଧରି ପଡ଼ିରହିଥିବା ପୁରୁଣା ମାମଲାଗୁଡ଼ିକର ତଦନ୍ତ ଶେଷ, ଥାନାରେ ମୋ ସରକାର ପାଣ୍ଠିର ସଠିକ୍ ବିନିଯୋଗ, ଅଧାପନ୍ତରିଆ ଅବସ୍ଥାରେ ଥିବା ଇ-ଅଭିଯୋଗ ସମାଧାନ, ଥାନାରେ କ୍ଲୋଜ୍ ସର୍କିଟ୍ କ୍ୟାମେରାର ସଠିକ୍ ବ୍ୟବହାର ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଜାତୀୟ ମାନବାଧିକାର କମିସନ ଏବଂ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ହୋଇଥିବା ଅଭିଯୋଗର ଶୀଘ୍ର ଅନୁପାଳନ କରାଯିବା, ଏମର୍ଜେନ୍ସି ରେସପନ୍ସ ସପୋର୍ଟ୍ ସିଷ୍ଟମ୍ (ଇଆରଏସ୍ଏସ୍) ଯୋଜନାର ସଠିକ୍ ରୂପାୟନ ସମ୍ପର୍କରେ ଗୁରୁତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ କରୋନା ସଂକ୍ରମଣରେ ପୁଲିସ୍ କର୍ମଚାରୀମାନେ ଅଧିକ ଆକ୍ରାନ୍ତ ହେଉଥିବାରୁ ଏହାର ନିରାକରଣ ଏବଂ ସଂକ୍ରମିତ ପୁଲିସ୍ କର୍ମଚାରୀମାନଙ୍କ ଚିକିତ୍ସା ଉପରେ ବରିÂ ଅଧିକାରୀମାନେ ଗୁରୁତ୍ୱ ଦେଇଛନ୍ତି । ଆଗକୁ ଅନୁÂିତ ହେବାକୁଥିବା ପୁଲିସ୍ ସହିଦ୍ ସ୍ମୃତି ଦିବସ ପାଳନ କାର୍ଯ୍ୟକ୍ରମ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି କରାଯିବ ବୋଲି କୁହାଯାଇଛି । ଡିଜିଙ୍କ ଅଧ୍ୟକ୍ଷତାରେ ଏହି ଭିଡିଓ କନଫରେନସିଂ ମାଧ୍ୟମରେ ହୋଇଥିବା ସମୀକ୍ଷା ବୈଠକ ୨ଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମାର୍ଦ୍ଧରେ ରାଜ୍ୟର ବିଭିନ୍ନ ପୁଲିସ୍ ଜିଲ୍ଲା ସ୍ତରରେ ସମୀକ୍ଷା ହୋଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ କମିସନରେଟ ପୁଲିସ୍ ବ୍ୟବସ୍ଥାରେ ସମୀକ୍ଷା କରାଯାଇଥିଲା । ଉକ୍ତ ସମୀକ୍ଷା ବୈଠକରେ ଅତିରିକ୍ତ ଡିଜି ପୁଲିସ୍ ମୁଖ୍ୟାଳୟ ଲଳିତ ଦାସ, ଅତିରିକ୍ତ ଡିଜି ଆଇନ୍ ଶୃଙ୍ଖଳା ଯଶୋବନ୍ତ ଜେଠୱା, କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ୍ ଆଧୁନିକୀକରଣ ଆଇଜି ସଞ୍ଜୟ ସିଂ, ଆଇଜି ପ୍ରୋଭିଜନିଙ୍ଗ୍ ଯତୀନ୍ଦ୍ର କୋୟଲ, ଆଇଜି ପର୍ସୋନେଲ୍ ପ୍ରବୀଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଉକ୍ତ ଭିଡିଓ କନଫରେନସିଂରେ ଗୁଇନ୍ଦା ନିଦେ୍ର୍ଧଶକ ରାଧାକୃଷ୍ଣ ଶର୍ମା, ଆଇଜି ଅପରେସନ ଅମିତାଭ୍ ଠାକୁର, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଏସ୍ଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂଙ୍କ ସମେତ ରାଜ୍ୟର ବିଭିନ୍ନ ରେଞ୍ଜ ଆଇଜି, ଡିଆଇଜି, ଏସ୍ପି, ପୁଲିସ୍ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର ଡିସିପି, କଟକ ଡିସିପି, ଟ୍ରାଫିକ୍ ଡିସିପି ପ୍ରମୁଖ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons