ଦାଦନ ଖଟିବାକୁ କେରଳ ଗଲେ ୭୫ ଯୁବତୀ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଜିଲ୍ଲା ଶ୍ରମ ବିଭାଗ ଦ୍ୱାରା ଉଦ୍ଧାର ହୋଇଥିବା ଜିଲ୍ଲାର ବିଭିନ୍ନ ସ୍ଥାନର ୭୫ ଜଣ ଯୁବତୀ ସୋମବାର ଦାଦନ ଖଟିବାକୁ କେରଳ ଅଭିମୁଖେ ଯାତ୍ରା କରିଛନ୍ତି । ଏ ସମସ୍ତଙ୍କ ନାମ ପଞ୍ଜୀକରଣ ଓ ସମ୍ପୃକ୍ତ କମ୍ପାନିର ଲେବର ଲାଇସେନ୍ସ ପରେ ଏଥିପାଇଁ ଅନୁମତି ଦିଆଯାଇଛି । ଏହି ଯୁବତୀମାନେ ଜିଲ୍ଲାର ଡାବୁଗାଁ, ଝରିଗାଁ, ଉମରକୋଟ, ପାପଡାହାଣ୍ଡି, କୋଷାଗୁମଡା, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ବ୍ଲକର ଜଣାପଡିଛି । କମ୍ପାନି ପକ୍ଷରୁ ଦୁଇଟି ବସ୍ରେ ଏମାନଙ୍କୁ କେରଳ ନିଆଯାଇଛି । ଏମାନଙ୍କ ସହ ଅନ୍ୟ ଜିଲ୍ଲାର ମଧ୍ୟ କେତେଜଣ ଯୁବତୀ ଯାତ୍ରା କରିଛନ୍ତି । ଜିଲ୍ଲାରେ କାମ ମିଳୁ ନଥିବାରୁ ବାଧ୍ୟହୋଇ କେରଳକୁ ଦାଦନ ଖଟିବାକୁ ଯାଉଛୁ ବୋଲି ଯୁବତୀମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ସୂଚନା ଅନୁସାରେ, ସୋମବାର ସକାଳେ କେରଳର ଏକ ଗାର୍ମେଣ୍ଟ କମ୍ପାନି ଏହି ଯୁବତୀମାନଙ୍କୁ ଦାଦନ ଖଟାଇବାକୁ ଏକ ଗାଡିରେ ସେଠାକୁ ନେବାକୁ ଉଦ୍ୟମ କରୁଥିଲା । ଜିଲ୍ଲା ଶ୍ରମ ବିଭାଗକୁ ଏହି ସୂଚନା ମିଳିଥିଲା । ସୂଚନା ପାଇ ବିଭାଗୀୟ କର୍ତ୍ତୃପକ୍ଷ ସମସ୍ତ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ନାମ ପଞ୍ଜୀକରଣ ଓ ସମ୍ପୃକ୍ତ କମ୍ପାନିର ଲେବର ଲାଇସେନ୍ସ ପରେ କେରଳ ଯିବାକୁ ଅନୁମତି ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା । ପରେ ଏଥିପାଇଁ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଥିଲା । ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗାଇପେଇ ଓ ଶ୍ରମ ନିରୀକ୍ଷକ ସମସ୍ତ ପ୍ରକାର କାଗଜପତ୍ର ଯାଞ୍ଚ କରିଥିଲେ । ଯୁବତୀଙ୍କ ନାମ ପଞ୍ଜୀକରଣ ସହ ସମ୍ପୃକ୍ତ କମ୍ପାନି କର୍ତ୍ତୃପକ୍ଷ ଲେବର ଲାଇସେନ୍ସ ପାଇଁ ଆବେଦନ କରି ଅନୁମତି ପାଇଥିଲେ । ପରେ ବିଭାଗ ପକ୍ଷରୁ ସମସ୍ତଙ୍କୁ କେରଳ ଯିବାକୁ ଅନୁମତି ଦିଆଯାଇଥିଲା । ଅନ୍ୟ ଜିଲ୍ଲାର ଯୁବତୀଙ୍କ ଆବଶ୍ୟକ କାଗଜପତ୍ର ବିଭାଗ ପକ୍ଷରୁ ମଧ୍ୟ ରଖାଯାଇଥିଲା । ଏହିସବୁ କାଗଜକୁ ସମ୍ପୃକ୍ତ ଜିଲ୍ଲା ଅଧିକାରୀଙ୍କ ନିକଟକୁ ପଠାଯିବ ବୋଲି ଜିଲ୍ଲାଶ୍ରମ ଅଧିକାରୀ ନରେନ୍ଦ୍ର ଗାଇପେଇ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons