ଦାଦନ ଖଟି ଯାଇ ହରାଇଲେ ବାମ ହାତ

Get real time updates directly on you device, subscribe now.

ବଲାଙ୍ଗୀର, (ବି.ବି.ନୁ୍ୟଜ୍):କରୋନା ମହାମାରୀ ସମୟରେ ଦାଦନ ର ଦୁଃଖ କହିଲେ ନ ସରେ । ଏଭଳି ଏକ ହୃଦୟ ବିଦାରକ ଖବର ଆସିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅଞ୍ଚଳର ଲଣ୍ଡାପଥର ଗ୍ରାମରୁ । ଲକଡାଉନ ସମୟରେ ଓଡ଼ିଶାର ନିଜ ନିଜ ଘରକୁ ଆସିଥିବା ଦାଦନ ଓଡ଼ିଶା ରେ କାମ ନମିଳିବାରୁ ପୁଣି ବାହାର ରାଜ୍ୟ ମୁହାଁ ହେଉଛନ୍ତି। ଲଣ୍ଡା ପଥର ଗ୍ରାମର ଉପାସୁ ସେଠ୍ ଙ୍କ ପୁଅ ପ୍ରମୋଦ ସେଠ୍ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇ ତାଙ୍କ ଗ୍ରାମର ଆଉ ଆଠ ଜଣ ସାଙ୍ଗ ସହ ବାହାରି ପଡ଼ିଥିଲେ ବସ୍ ରେ ଦାଦନ ଖଟି । ପିଡ଼ିତଙ୍କ କହିବା ଅନୁସାରେ ଦାଦନ ସର୍ଦ୍ଦାର ରାଜା ତ୍ରିପାଠୀ ନାମକ ଜଣେ ଦଲାଲ ସେ ଆଠ ଜଣକୁ ବେଆଇନ ଭାବରେ ପଠାଇ ଥିଲା । ସମୟରେ ବିଜୟବାଡା ଜ଼ୀଲ୍ଲା ଗୁଣ୍ଡୁର ନିକଟରେ ତାଙ୍କ ବସ୍ ସହିତ ଏକ ଟ୍ରକ ଧକ୍କା ହୋଇଥିବାରୁ ପ୍ରମୋଦଙ୍କ ବାମ ହାତ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା । ତେବେ କମ୍ପାନୀ ମାଲିକ ସହାୟତା ରେ ତାଙ୍କୁ ଏମ୍ବୁଲେନ୍ସ ସାହାଯ୍ୟରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କୁ ଅଣାଯାଇଛି । ବଲାଙ୍ଗୀର ରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଏବେ ପ୍ରମୋଦ ସେଠ୍ ନିଜ ବାମ ହାତ ହରାଇ ଓଡ଼ିଶା ସରକାରଙ୍କୁ ସହାୟତା ର ଭିଖ୍ୟା ମାଗୁଛନ୍ତି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons