ନୂଆଦିଲ୍ଲୀ: ‘ଦାଦା’ ନାମରେ ପରିଚିତ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସୋମବାର ୪୭ ପୂରିଛି । ଜନ୍ମଦିନକୁ ଦାଦା ଧୁମ୍ଧାମ୍ରେ ପାଳିଥିବା ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଦିନିକିଆ କ୍ରିକେଟରେ ଭାରତକୁ ସ୍ୱତନ୍ତ୍ର ପରିଚୟ ଦେବାରେ ସେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ । ସେ ବର୍ତ୍ତମାନ ବେଙ୍ଗଲ କ୍ରିକେଟ ସଂଘର ସଭାପତି ଅଛନ୍ତି । ସେ ୧୧୩ଟି ଟେଷ୍ଟ ଖେଳି ୭୨୧୨ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୧୬ଟି ଶତକ ଓ ୩୫ଟି ଅର୍ଦ୍ଧଶତକ ସାମିଲ୍ ଅଛି । ସେହିପରି ସେ ୩୧୧ଟି ଦିନିକିଆ ଖେଳି ୨୨ ଶତକ ଓ ୭୨ ଅର୍ଦ୍ଧଶତକ ସହ ୧୧୩୬୩ ରନ୍ ସଂଗ୍ରହ କତରିଛନ୍ତି ।
Comments are closed, but trackbacks and pingbacks are open.