ଦାଦା ବଟିକୁ ନେଇ ୩ ବନ୍ଧାହେଲେ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ‘ଦାଦାବଟିକୁ ନା’- ଦାଦାବଟି ବା ଚାନ୍ଦା ଆଦାୟ ପ୍ରତି ଜିରୋ ଟଲେରାନ୍ସ ନୀତି ଆପଣାଇବା ପାଇଁ ଏହି ନୂଆ ଯୋଜନା ଗତକାଲି ଟ୍ୱିନ୍ ସିଟିରେ ଲାଗୁ ହେବା ପରେ ଆଜି କଟକ ପୁଲିସ ତପôରତା ଦେଖାଇଛି । ଜଣେ ବ୍ୟବସାୟୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଦାଦାବଟି ମାଗୁଥିବା ତିନି ଜଣ ପେସାଦାର ଅପରାଧୀଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ରାଣୀହାଟ ମାଳିସାହିର ରମେଶ ପାଲ୍ଙ୍କ ପୁଅ ରାଜା ଓରଫ ରାଜେଶ ପାଲ୍ (୩୦), ରାଣୀହାଟ ଗୋପାଳସାହିର ବାଇଧର ବେହେରାଙ୍କ ପୁଅ ବାପି ଓରଫ ଶ୍ରୀକାନ୍ତ ବେହେରା(୩୦) ଓ ମାଳିସାହିର ବୀରକିଶୋର ରାଉତଙ୍କ ପୁଅ ବିକି ଓରଫ ଭବାନୀ ଶଙ୍କର ରାଉତ(୩୦) ।
ଏବେ ପୂଜା ଋତୁ ଚାଲିଛି । ଏହି ସମୟରେ କିଛି ପେସାଦାର ଅପରାଧୀ ସହରର ପ୍ରତିÂିତ ବ୍ୟବସାୟୀ ଓ ଠିକାଦାରମାନଙ୍କୁ ଧମକ ଚମକ ଦେଇ ଦାଦାବଟି ଆଦାୟ କରୁଛନ୍ତି । ଏଭଳି କିଛି ଘଟଣା ଗତ ସପ୍ତାହେ ହେବ ବଜ୍ରକବାଟି ରୋଡ୍ ଓ ମାଳିସାହି ଅଞ୍ଚଳରେ ଚାଲିଥିବା ସମ୍ପର୍କରେ ମଙ୍ଗଳାବାଗ ଥାନା ପୁଲିସକୁ ସୂଚନା ମିଳିଥିଲା । ଏପରିକି ଗତକାଲି ପୁଲିସ ଟିମ୍ ପାଟ୍ରୋଲିଂ କଲା ବେଳେ ସୂଚନା ମିଳିଥିଲା କି କିଛି ଅପରାଧୀ ଜଣେ ବ୍ୟବସାୟୀଙ୍କୁ ଦୋକାନରୁ ଉଠାଇ ନେଇ ବୋର୍ଡ ସ୍କୁଲ୍ ଖେଳପଡ଼ିଆରେ ଦାଦାବଟି ମାଗୁଛନ୍ତି । ବଟି ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ତୁରନ୍ତ ସେଠାରେ ପୁଲିସ ଟିମ୍ ପହଞ୍ଚିବାରୁ ରୁଣ୍ଡ ହୋଇଥିବା କିଛି ଯୁବକଙ୍କ ମଧ୍ୟରୁ ୩ ଜଣ ଖସିଯାଇଥିଲେ । ଏପରିକି ଯେଉଁ ବ୍ୟବସାୟୀଙ୍କୁ ଧମକ ଦିଆଯାଉଥିଲା ସେମଧ୍ୟ ଚମ୍ପଟ ମାରିଥିଲେ । ହେଲେ ଦୁଇ ଜଣ ଅପରାଧୀ ରାଜା ଓ ବାପି ପୁଲିସ ସହ ଯୁକ୍ତିତର୍କ କରିବା ସହିତ ପୁଲିସ ଟିମ୍କୁ ଗାଳିଗୁଲଜ କରିଥିଲେ । ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିନେଇ ଥାନାରେ ଅଟକ ରଖିଥିଲା । ତଦନ୍ତରୁ ଜଣା ପଡ଼ିଥିଲା କି ରାଜା, ବାପି ଓ ତାଙ୍କ ସହଯୋଗୀ ବିକି ଗଲା କିଛି ଦିନ ହେବ ବ୍ୟବସାୟୀଙ୍କୁ ଧମକାଇ ବଟି ଆଦାୟ କରୁଛନ୍ତି । ଗତକାଲି ସନ୍ଧ୍ୟାରେ ମଧ୍ୟ ଜଣେ ବ୍ୟବସାୟୀଙ୍କୁ ଧମକ ଦେଇ ୫ ଲକ୍ଷ ବଟି ମାଗୁଥିଲେ । ଆଜି ପୁଲିସ ବିକିକୁ ମଧ୍ୟ ଗିରଫ କରିଥିଲା । ଏହି ଘଟଣା ନେଇ ପୁଲିସ ନିଜ ଆଡ଼ୁ ଦାଦାବଟି ଆଦାୟ ମାମଲା ରୁଜୁ କରିଛି । ଏସ୍ଆଇ କୁଞ୍ଜ ବିହାରୀ ଧୀର ଅଭିଯୋଗକାରୀ ଭାବେ ଏତଲା ଦେଇଛନ୍ତି । ଆଜି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ରାଜା ନାମରେ ବିଭିନ୍ନ ଥାନାରେ ୯ଟି ମାମଲା, ବାପି ନାମରେ ୭ଟି ଓ ବିକି ନାମରେ ୪ଟି ଅପରାଧିକ ମାମଲା ରହିଛି । ତିନି ଅଭିଯୁକ୍ତ ପେସାଦାର ଅପରାଧୀ ହୋଇଥିବାରୁ ସମସ୍ତଙ୍କ ନାମରେ ସିଆର୍ପିସିର ଧାରା ୧୧୦ ଯୋଡ଼ା ଯାଇଥିବା ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି । ଏହି କ୍ରମରେ ପୁଲିସ ସାଧାରଣ ଜନତାଙ୍କଠାରୁ ବି ସହଯୋଗ ଲୋଡ଼ିଛି । ଯେଉଁଠି ବି ପେସାଦାର ଅପରାଧୀ, କୌଣସି କମିଟି କିମ୍ବା ଗ୍ୟାଙ୍ଗ୍ଷ୍ଟର୍ ଚାନ୍ଦା ବା ଦାଦାବଟି ମାଗୁଛନ୍ତି ତାହେଲେ ତୁରନ୍ତ ପୁଲିସ ନିକଟରେ ଅଭିଯୋଗ କରିବାକୁ ସହରବାସୀଙ୍କୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି । ଅଭିଯୋଗକାରୀଙ୍କ ନାମ ଗୋପନ ରଖାଯିବ ବୋଲି ପୁଲିସ କହିଛି । ସହରବାସୀ ସହଯୋଗ କଲେ କଟକରୁ ଦାଦାବଟି ଆଦାୟ ସଂପୂର୍ଣ୍ଣ ଭାବେ ମୁଳୋପôାଟନ ହୋଇପାରିବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons