ଦାବି ପୂରଣ ନ ହେଲେ ୧୦ରୁ ଧାରଣା

Get real time updates directly on you device, subscribe now.

ହିଞ୍ଜିଳିକାଟୁ, (ବି.ବି.ନୁ୍ୟଜ୍): ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ ଓ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରୁ ପ୍ରାୟ ୨ ଶହରୁ ଊଦ୍ଧ୍ୱର୍ ମାଇକ୍ରୋ ଫାଇନାନ୍ସ ଏଜେଣ୍ଟ୍ ଓ ଜମାକାରୀ ମଙ୍ଗଳବାର ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ହିଞ୍ଜିଳିକାଟୁ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ମାଇକ୍ରୋ ଫାଇନାନ୍ସ କ୍ଷେତ୍ର କର୍ମଚାରୀ ତଥା ଆବାହକ ରାମହରି ଚୌଧୁରୀଙ୍କ ନେତୃତ୍ୱରେ ବିଭିନ୍ନ ଅଞ୍ଚଳରୁ ଏଜେଣ୍ଟ୍ ଓ ଜମାକାରୀମାନେ ପ୍ରଥମେ ସାଉଁଳେଇ ମନ୍ଦିର ଠାରେ ବୈଠକ କରିଥିଲେ । ସିବିଆଇ ଅଦାଲତଙ୍କ ନିଦେ୍ର୍ଧଶକୁ କମ୍ପାନୀର ମୁଖ୍ୟ ପରିଚାଳକ ମାନୁ ନଥିବାରୁ ଜମାକାରୀମାନେ ଟଙ୍କା ଫେରିପାଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏଜେଣ୍ଟ୍ ଓ ସେମାନଙ୍କ ପରିବାରଙ୍କୁ ଜମାକାରୀମାନେ ଟଙ୍କା ଫେରାଇବାକୁ ବାଧ୍ୟ କରୁଥିବାରୁ ସେମାନେ ଭୟରେ ଲୁଚି ରହୁଛନ୍ତି । ବିଭିନ୍ନ ଥାନାରେ ମାମଲାରେ ମଧ୍ୟ ଆକ୍ରୋଶର ଶିକାର ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ଦାବିପତ୍ରରେ ଅନୁରୋଧ କରାଯାଇଛି । ଦାବି ପୂରଣ ନ ହେଲେ ଜାନୁଆରୀ ୧୦ରୁ ହିଞ୍ଜିଳିକାଟୁ ତହସିଲ ଅଫିସ୍ ସାମ୍ନାରେ ଜିଲ୍ଲାର ଏଜେଣ୍ଟ୍ ଓ ଜମାକାରୀମାନେ ଧାରଣା ତଥା ଅନଶନ କରିବେ ବୋଲି ଜଣାଇଛନ୍ତି । ଜଗନ୍ନାଥ ଦାଶ, ବ୍ରଜବନ୍ଧୁ ମହାନ୍ତି, ରବୀନ୍ଦ୍ର କୁମାର ପାଢ଼ି, ସୁଦର୍ଶନ ଡାକୁଆ, ବିଭୂତି ଭୂଷଣ ସାହୁ, ସୁଦର୍ଶନ ରାଉଳ, ରବିନାରାୟଣ ମହାନ୍ତି, ଜଗନ୍ନାଥ ପଣ୍ଡା, ବୁଲୁ ସେଠୀ, ହରିଶଙ୍କର ସାମନ୍ତରା, ମିଟୁ ପ୍ରଧାନ, ରମେଶ ଚନ୍ଦ୍ର ରାଉତ ପ୍ରମୁଖ ବହୁ ଏଜେଣ୍ଟ୍ ଓ ଜମାକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons