ଭୁପନେଶ୍ୱର: ବିଜେପିରେ ମିଶିବାର ୭ ମାସ ପରେ ଆଜି ବରିଷ୍ଠ ନେତା ଦାମୋଦର ରାଉତ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ସାରିଛନ୍ତି। ଦଳରେ ତାଙ୍କ ଉପସ୍ଥିତି ବା ସଂପୃକ୍ତି ଆଦୌ ଆବଶ୍ୟକ ହେଉ ନ ଥିବା ଅନୁଭବ କରି ସେ ଇସ୍ତଫା ଦେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏ ନେଇ ମୁହଁ ଖୋଲିଛନ୍ତି। କହିଛନ୍ତି, ଦଳରେ ଦାମ ରାଉତଙ୍କୁ କେବେ ବି ଅଣଦେଖା କରାଯାଇ ନାହିଁ। ବିଜେପି ଏକ ଶୃଙ୍ଖଳିତ ଦଳ, ଏଠି ସମସ୍ତଙ୍କୁ ସମାନ ଅଧିକାର ମିଳେ॥
ସେପଟେ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ କହିଛନ୍ତି, ବିଜେପି ଏକ ବିଶାଳ ଦଳ। କର୍ମୀ, ନେତାଙ୍କୁ ସମାନ ଅଧିକାର ମିଳେ। ଦାମଙ୍କୁ କେବେ ବି ଅଣଦେଖା କରାଯାଇନି। ଯଦି, ସେ ରାଜନୀତି ଛାଡ଼ି ସମାଜସେବା କରିବାକୁ ଚାହଁଛନ୍ତି ତେବେ ଏହା ସ୍ୱାଗତଯୋଗ୍ୟ। ଦାମଙ୍କ ଇସ୍ତଫା ଦ୍ୱାରା ଦଳରେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଅରୁଣ ସିଂହ କହିଛନ୍ତି।
Comments are closed, but trackbacks and pingbacks are open.