ଦାରିଙ୍ଗବାଡ଼ି, (ବି.ବି.ନୁ୍ୟଜ): କନ୍ଧମାଳ ଜିଲ୍ଲରେ ଗତ ତିନିଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି । ଓଡ଼ିଶାର କାଶ୍ମୀର ତଥା କନ୍ଧମାଳର ଭୂସ୍ୱର୍ଗ କୁହାଯାଉଥିବା ଦାରିଙ୍ଗବାଡ଼ିରେ ବୁଧବାର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି । ମଙ୍ଗଳବାର ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରହିଥିବା ବେଳେ ଗତ ସୋମବାର ତାପମାତ୍ରା ୧୨.୫ ଡିଗ୍ରୀ ରହିଥିଲା । ସୂଚନା ଅନୁଯାୟୀ, ଚଳିତ ମାସ ୯ ତାରିଖରୁ ପାଗ ମେଘୁଆ ରହୁଥିବା ବେଳେ ଶୀତ ଯେଭଳି ଜିଲ୍ଲାରୁ ଏକ ପ୍ରକାର ଉଭାନ୍ ହୋଇଯାଇଥିଲା । ହେଲେ ତିନିଦିନ ହେଲା ପୁଣି ଶୀତ ଫେରିଛି । ସକାଳ ୧୦ଟା ପର୍ଯ୍ୟନ୍ତ ଶୀତ ଥରାଉଛି । ଦିନ ସାରା କୋହଲା ପବନ ବହୁଛି । ସକାଳ ୮ଟା ପର୍ଯ୍ୟନ୍ତ ଚାରିଆଡେ଼ କୁହୁଡ଼ି ଢ଼ାଙ୍କି ରହୁଥିବା ଦେଖିବାକୁ ମିଳୁଛି ।


Comments are closed, but trackbacks and pingbacks are open.