ଦାୟିତ୍ୱ ଗ୍ରହଣ କଲେ ନୂଆ ଜିଲ୍ଲାପାଳ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ): ଜଗତସିଂହପୁରର ନୂତନ ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସରୋଜ କୁମାର ମିଶ୍ର । ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କଠାରୁ ଆଜି ସେ ଆନୁÂାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପଦଭାର ଗ୍ରହଣ କରିବା ପରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଉପସ୍ଥିତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ରରେ ଶତ ପ୍ରତିଶତ ଦକ୍ଷତା ହାସଲ କରିବାକୁ ପରାମର୍ଶ ଦେବା ସହ ତିର୍ତ୍ତୋଲ ଉପନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରାଯିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ବିଶେଷକରି କରୋନାର ଭୟାବହତା ଭିତରେ ଉପନିର୍ବାଚନ ପରିଚାଳନା କରିବା ଏକ ଆହ୍ୱାନ ହୋଇଥିବାରୁ ପ୍ରଶାସନିକ ଅଧିକାରୀମାନେ ଅଧିକ ଯତ୍ନଶୀଳ ରହି କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ନୂତନ ଜିଲ୍ଲାପାଳ । ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବଦଳି ଆଦେଶ ଜାରି କରାଯାଇଥିଲା । ଉକ୍ତ ଆଦେଶନାମାରେ ବିଦାୟୀ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କୁ ପେନ୍ସନ୍ ଓ ସାଧାରଣ ଅଭିଯୋଗ ବିଭାଗକୁ ଅଫିସର୍ ଅନ୍ ସ୍ପେସାଲ୍ ଡୁ୍ୟଟି ଭାବେ ବଦଳି କରାଯାଇଛି । ନୂତନ ଜିଲ୍ଲାପାଳ ଶ୍ରୀ ମିଶ୍ର ପୂର୍ବରୁ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟରତ ଥିଲେ । ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାପାଳଙ୍କୁ ସମସ୍ତ ସରକାରୀ ବିଭାଗର ପଦସ୍ଥ ଅଧିକାରୀ ଓ ବରିÂ କର୍ମଚାରୀମାନେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଅପରପକ୍ଷେ ତିର୍ତ୍ତୋଲ ଉପନିର୍ବାଚନ ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାପାଳଙ୍କ ସୋସିଆଲ୍ ମିଡିଆ (ଟ୍ୱିଟର୍ ଓ ଫେସ୍ବୁକ୍) ଆକାଉଣ୍ଟକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ତେଣୁ ଜନସାଧାରଣ ନିଜ ଆପତ୍ତି, ଅଭିଯୋଗ ଓ ମତାମତକୁ ଜିଲ୍ଲାପାଳଙ୍କ ସରକାରୀ ଇ-ମେଲ୍ କିମ୍ବା ଜନ ସହଯୋଗର ଇ-ଅଭିଯୋଗ ପୋର୍ଟାଲ୍ ମାଧ୍ୟମରେ ଜଣାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons