ଢେ଼ଙ୍କାନାଳ,(ବି.ବି.ନୁ୍ୟଜ୍): ଦିଅରର କଟୁରୀ ଚୋଟରେ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ଏହି ଦୁଃଖଦ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ସଦର ତାନା ଅନ୍ତର୍ଗତ ଖୁଣ୍ଟୁଝରି ଗାଁରେ । ମୃତ ମହିଳାଙ୍କ ନାଁ ତୁଳସୀ ବେହେରା । ପୋଲିସ ଅଭିଯୁକ୍ତ ଦିଅର ସୁରେଶ ବେହେରାଙ୍କୁ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁସାରେ , ମଙ୍ଗଳବାର ସକାଳେ କୌଣସି କଥାକୁ ନେଇ ସୁରେଶ ଓ ତୁଳସୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ସୁରେଶ ରାଗି ଯାଇ ତାଙ୍କ ଭାଉଜଙ୍କୁ କଟୁରୀରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତୁଳସୀଙ୍କ ମୃତୁ୍ୟ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.