ଦିନକରେ ଦେଶରେ ୪୨ ନୂଆ ରୋଗୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ (କୋଭିଡ୍-୧୯) ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଲକ୍ ଡାଉନ ଆରମ୍ଭ ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକାରୀ ସଂସ୍ଥାକୁ ବାଦ୍ ଦେଲେ ଅନ୍ୟ ସବୁ ସରକାରୀ ଓ ଘରୋଇ ସଂସ୍ଥା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଲକ୍ ଡାଉନ୍ ଅର୍ଥ ପୁରା ମୁମ୍ବାଇ ସହର ଆଂଶିକ ବନ୍ଦ ହୋଇଯିବ ।
ମୁମ୍ବାଇ ଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଉଦ୍ଧବ କହିଛନ୍ତି ଯେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥା ଯଥା ପାନୀୟ ଜଳ, ବ୍ୟାଙ୍କ, ଡାକ, ଟେଲିଫୋନ୍, ଇଣ୍ଟରନେଟ, ରେଲୱେ, ଅନ୍ୟାନ୍ୟ ପରିବହନ ବ୍ୟବସ୍ଥା, ଖାଦ୍ୟ, ପନିପରିବା, ଗ୍ରୋସୋରୀ, ହସ୍ପିଟାଲ ମେଡିକାଲ ସେଣ୍ଟର, ମେଡିକାଲ ଷ୍ଟୋର ଓ ବିଦୁ୍ୟତ୍ ସେବାକୁ ବାଦ୍ ଦେଲେ ଅନ୍ୟ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ମୁମ୍ବାଇ ମହାନଗରୀ ସମେତ ମେଟ୍ରୋପଲିଟାନ ଅଞ୍ଚଳ, ପୁନେ, ନାଗପୁର ଓ ପିମ୍ପ୍ରି-ଛିନ୍ଦୱାଡା ପାଇଁ ଲକ୍ ଡାଉନ୍ ଲାଗୁ ହେବ । ଘରୋଇ ସଂସ୍ଥାମାନଙ୍କୁ କୁହାଯାଇଛି କି ସେମାନେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହନ୍ତୁ । ଯେଉଁ ସଂସ୍ଥାର କାର୍ଯ୍ୟ ଘରେ ରହି ସମ୍ଭବ ହୋଇ ନପାରିବ ତେବେ ସେମାନେ କାର୍ଯ୍ୟାଳୟକୁ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ ।
ସେହିଭଳି ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟରେ ୨୫ ପ୍ରତିଶତ ଉପସ୍ଥାନ ରହିବ ବୋଲି ଉଦ୍ଧବ ପ୍ରକାଶ କରିଛନ୍ତି । ରେଳ ଓ ବସ୍ ସେବା ଜାରି ରହିବ । ତେବେ ଏହାକୁ ବନ୍ଦ କରିବା ହେଉଛି ଶେଷ ନିଷ୍ପତ୍ତି । ଶୁକ୍ରବାର ମଧ୍ୟରାତ୍ରୀରୁ ଏହି ଲକ୍ ଡାଉନ କାର୍ଯ୍ୟକାରୀ ବୋଲି ସେ କହିଛନ୍ତି । ଉଦ୍ଧବ କହିଛନ୍ତି ଯେ ଏହା କୌଣସି ଛୁଟି ନୁହେଁ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେବାକୁ ଆମେ ବାଧ୍ୟ ହୋଇଛୁ । ଏହି ସମୟ ଭିତରେ ଯେଉଁମାନେ ଘରେ ରହିବେ ସେମାନଙ୍କ ଦରମା କାଟ ନ କରିବାକୁ ସେ ଏହି ଅବସରରେ ସବୁ ଘରୋଇ ସଂସ୍ଥାଗୁଡିକୁ ଅନୁରୋଧ କରିଛନ୍ତି । ମୁମ୍ବାଇର ଢ଼ାବାୱାଲା ମଧ୍ୟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ଟିଫିନ ସେବାକୁ ବନ୍ଦ କରିଦେଇଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୩୧ ତାରିଖ ସୁଦ୍ଧା ମୁମ୍ବାଇକୁ ୟୁଇଏ କୁଏତ, କାତାର ଓ ଓମାନରୁ ଆସିବାକୁ ଥିବା ପ୍ରାୟ ୨୬ ହଜାର ବିମାନ ଯାତ୍ରୀଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଯୋଜନା କରାଯାଉଛି । ମାର୍ଚ୍ଚ ୧୮ରୁ ସେମାନେ ଆସିବେ ଏବଂ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିବାକୁ ପଡିବ ।
ଅନ୍ୟପକ୍ଷରେ ଭାରତରେ ଶୁକ୍ରବାର ଗୋଟିଏ ଦିନରେ ୪୨ନୂଆ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଫଳରେ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୨୩୬ରେ ପହଞ୍ଚôଛି । ସେମାନଙ୍କ ମଧ୍ୟରେ ୨୦୪ ଭାରତୀୟ ହୋଇଥିଲା ବେଳେ ୩୨ ବିଦେଶୀ ନାଗରିକ ଅଛନ୍ତି । ୨୩ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଯାଇଛନ୍ତି । ସେହିଭଳି ୨୦ଟି ରାଜ୍ୟକୁ କରୋନା କବଳିତ କରିିସାରିଲାଣି । ସେଥିରେ ମହାରାଷ୍ଟ୍ରରେ ସର୍ବାଧିକ ୫୨ ରୋଗୀ ରହିଥିଲା ବେଳେ କେରଳରେ ୨୮, ଉତ୍ତରପ୍ରଦେଶରେ ୨୩, ରାଜସ୍ଥାନରେ ୧୭, ଦିଲ୍ଲୀରେ ୧୭, ତେଲଙ୍ଗାନାରେ ୨୦, ହରିଆଣାରେ ୧୭, କର୍ଣ୍ଣାଟକରେ ୧୫, ଲଦାଖରେ ୧୦, ଗୁଜରାଟରେ ୭, ଜମ୍ମୁ-କାଶ୍ମୀରରେ ୪, ମଧ୍ୟପ୍ରଦେଶରେ ୪, ଆନ୍ଧ୍ରପ୍ରଦେଶରେ ୩, ତାମିଲନାଡୁରେ ୩, ଉତ୍ତରାଖଣ୍ଡରେ ୩, ପଶ୍ଚିମବଙ୍ଗରେ ୨, ପଞ୍ଜାବରେ ୨, ଓଡ଼ିଶାରେ ୨ ଏବଂ ଚଣ୍ଡିଗଡ, ଛତିଶଗଡ ଓ ପୁଡୁଚେରୀରେ ଜଣେ ଲେଖାଏ ରୋଗୀ ଚିହ୍ନଟ କରାଯାଇଛି ।
ଇତିମଧ୍ୟରେ କରୋନା ସଂକ୍ରମଣିତ ହୋଇଥିବା ଇଟାଲୀର ଜଣେ ପର୍ଯ୍ୟଟକଙ୍କର ଶୁକ୍ରବାର ଜୟପୁରର ଏକ ଘରୋଇ ହସ୍ପିଟାଲରେ ମୃତୁ୍ୟ ଘଟିଛି । ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାକୁ ମିଶାଇ ଭାରତରେ କରୋନା ମୃତୁ୍ୟସଂଖ୍ୟା ୫କୁ ବୃଦ୍ଧି ପାଇଛି । ସେଥିରେ ୪ ଜଣ ଭାରତୀୟ ନାଗରିକ ଥିଲା ବେଳେ ଜଣେ ବିଦେଶୀ ଅଛନ୍ତି । ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ଓ ଦିଲ୍ଲୀର ଜଣେ ଲେଖାଏ ରୋଗୀଙ୍କର ମୃତୁ୍ୟ ଘଟିଥିଲା । ଏହି ଇଟାଲୀ ଦମ୍ପତି ସ୍ପେନରୁ ଦୁବାଇ ଦେଇ ମାର୍ଚ୍ଚ ୧୭ରେ ଦିଲ୍ଲୀରେ ପହଞ୍ଚôଥିଲେ । ବୁଧବାର ସେମାନେ ଟ୍ୟାକ୍ସିରେ ଜୟପୁର ଆସିଥିଲେ । ସେମାନେ ହୋଟେଲରେ ରହୁଥିବା ଜାଣିବା ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ସେମାନଙ୍କୁ ସାୱଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗୁରୁବାର ସେମାନେ କରୋନା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଥିଲା । ତେବେ ହୃଦ୍ଘାତରେ ତାଙ୍କର ମୃତୁ୍ୟ ଘଟିଥିବା କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons