ଦିନକରେ ୪୫୬ ପଜିଟିଭ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କିଛି କାଟୁ କରୁନି । ଦିନକୁ ଦିନ ଅସମ୍ଭାଳ ହେଲାଣି । ଗାଁଠୁ ଆରମ୍ଭ କରି ସହର ସବୁଠି ଏବେ ସ୍ଥିତି ସଂଗୀନ । ପ୍ରବାସୀ ଓଡ଼ିଆ, କୋଭିଡ୍ ଯୋଦ୍ଧା ପରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ଦିନକରେ ରାଜ୍ୟରୁ ୪୫୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରବିବାର ହୋଇଥିବା ୪,୮୨୭ ନମୁନା ପରୀକ୍ଷାରୁ ୩.୨ଧ ନମୁନା ପଜିଟିଭ୍ ବାହାରିଛି । ଏ ସବୁ ଏବେ ରାଜ୍ୟବାସୀଙ୍କୁ ଆତଙ୍କିତ କରିଛି । ମୋଟ ସଂକ୍ରମିତ ସଂଖ୍ୟା ରାଜ୍ୟରେ ୯,୫୨୬ ହୋଇଛି । କରୋନାରେ ଏ ଯାଏ ୩୮ ଜଣ ପ୍ରାଣ ହରାଇଥିବା ବେଳେ କରୋନା ପଜିଟିଭ୍ ଥାଇ ୧୦ ଜଣଙ୍କ ଜୀବନ ଯାଇଛି ।
କରୋନା ଗଡ଼ ଗଞ୍ଜାମରେ ଅଣାୟତ୍ତ ହୋଇଛି ସ୍ଥିତି । ଲଗାତାର ଚତୁର୍ଥ ଦିନ ପାଇଁ ସେଞ୍ଚୁରୀ ଟପିଛି ଆକ୍ର୍ରାନ୍ତ ସଂଖ୍ୟା । ଆଜି ବି ଜିଲ୍ଲାରୁ ୧୬୬ ନୂଆ ପଜିଟିଭ୍ କେସ୍ ବାହାରିଛି । ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ବଢି ୨୩୪୮ ହୋଇଛି । ଚିନ୍ତାର କଥା ହେଉଛି ଜିଲ୍ଲାରେ ଆକ୍ଟିଭ୍ କେସ୍ ୯୩୫କୁ ବୃଦ୍ଧି ପାଇଛି ।
ଖୋର୍ଦ୍ଧାରେ ବିସ୍ଫୋରକ ସ୍ଥିତି । ହୁ ହୁ ହୋଇ ବଢୁଛି ଏଠି ସଂକ୍ରମିତଙ୍କ ସଂଖ୍ୟା । ନୂଆ ୨୧ ପଜିଟିଭ୍ ବାହାରିବା ପରେ ମୋଟ ସଂକ୍ରମିତ ସଂଖ୍ୟା ୯୯୨ ହୋଇଛି । ଜିଲ୍ଲାରେ କରୋନା ମୃତୁ୍ୟ ୭ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ଅନ୍ୟ କାରଣ ପାଇଁ ମଧ୍ୟ ଆଖି ବୁଜିଛନ୍ତି । ରାଜଧାନୀ ସ୍ଥିତି ଡରାଇଲା ଭଳି । ରାଜ୍ୟର ଏକମାତ୍ର ସହର ଭୁବନେଶ୍ୱର ଯେଉଁଠି ୪୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୭ ରୋଗୀ ଆଜି ବାହାରିଛନ୍ତି ଭୁବନେଶ୍ୱରରୁ । ୧୦ ଜଣ ଏଥିରୁ ସ୍ଥାନୀୟ ସଂକ୍ରମିତ । ଆକ୍ଟିଭ୍ କେସ୍ ସଂଖ୍ୟା ୧୬୯ ରହିଛି ।
କଟକରେ ବି ସ୍ଥିତି ଭଲ ନାହିଁ । ୧୩ ନୂଆ ପଜିଟିଭ୍ ଚିହ୍ନଟ ପରେ ଏଠି ମୋଟ ସଂକ୍ରମିତ ସଂଖ୍ୟା ୮୨୬ ହୋଇଛି । କଟକରେ ଥିବା ଏସ୍ସିବି, ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ଆଉ ଶିଶୁ ଭବନ । ସବୁଠି ଏବେ କରୋନାର ପଦଚିହ୍ନ । ଏଠି ବି ଆକ୍ଟିଭ୍ କେସ୍ ସଂଖ୍ୟା ୨୭୬ ରହିଛି । ରାଜ୍ୟର ତୃତୀୟ ସର୍ବାଧିକ ଆକ୍ରାନ୍ତ କଟକରୁ ହିଁ ବାହାରିଛନ୍ତି । ଯାଜପୁରରେ ସଂକ୍ରମଣ ପୁଣି ଥରେ ଫଣା ଉଠାଇଲାଣି । ଜିଲ୍ଲାରୁ ଆଜି ୫୭ ପଜିଟିଭ୍ ଚିହ୍ନଟ ପରେ ମୋଟ ସଂକ୍ରମଣ ସଂଖ୍ୟା ୬୨୩ ହୋଇଛି ।
ବରଗଡ଼ରେ ୩୩ ପଜିଟିଭ୍ ଚିହ୍ନଟ ପରେ ସଂକ୍ରମିତ ସଂଖ୍ୟା ୧୬୬ ହୋଇଛି । ଅନୁଗୁଳରେ ଜଣେ ପଜିଟିଭ୍ ବାହାରିବା ପରେ ସଂଖ୍ୟା ଏଠି ୧୦୭ ହୋଇଛି । ବାଲେଶ୍ୱରରେ ୧୪ ପଜିଟିଭ୍ କେସ୍ ଚିହ୍ନଟ ପରେ ୪୧୨ ହୋଇଛି ମୋଟ୍ ସଂଖ୍ୟା । ଭଦ୍ରକରୁ ୧୨ ନୂଆ କେସ୍ ଠାବ ପରେ ମୋଟ ସଂଖ୍ୟା ୨୭୩ ହୋଇଛି । ବଲାଙ୍ଗୀରରେ ୬ ନୂଆ ସଂକ୍ରମିତ ଚିହ୍ନଟ ପରେ ୨୨୨ ହୋଇଛି ସଂଖ୍ୟା ।
ନବରଙ୍ଗପୁରରେ ୨୪ ନୂଆ କେସ୍ ଚିହ୍ନଟ ପରେ ୭୯ ହୋଇଛି ସଂକ୍ରମିତ ସଂଖ୍ୟା । ଜଗତସିଂହପୁରରେ ୨୩ ପଜିଟିଭ୍ ବାହାରିବା ପରେ ଜିଲ୍ଲାରେ ୩୪୦ ଜଣ କରୋନା ରୋଗୀ ଚିହ୍ନଟ ହେଲେଣି । ସୁନ୍ଦରଗଡ଼ରେ ୨୦ ନୂଆ ପଜିଟିଭ୍ ଚିହ୍ନଟ ପରେ ମୋଟ ସଂକ୍ରମିତ ସଂଖ୍ୟା ୩୪୨ ହୋଇଛି । ସମ୍ବଲପୁରରେ ୧୫ ଜଣ ନୂଆ ଚିହ୍ନଟ ପରେ ମୋଟ ସଂଖ୍ୟା ୯୮ ହୋଇଛି ।
ଏହାବାଦ୍ ଗଜପତିରେ ୧, ଢେଙ୍କାନାଳରେ ୧, କଳାହାଣ୍ଡିରୁ ୧, କନ୍ଧମାଳରେ ୩, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୨, କେରାପୁଟରୁ ୧୦, ମୟୂରଭଞ୍ଜରୁ ୮, ନୟାଗଡ଼ରୁ ୪ ଓ ପୁରୀରୁ ୩ ଜଣ ସଂକ୍ରମିତ ହୋଇଛନ୍ତି ।
୧୫ରୁ ୪୦ ବର୍ଷ ବୟସର ୬୪୧୮ ସଂକ୍ରମିତ ହୋଇଛନ୍ତି । ୪୧-୬୦ ବର୍ଷ ବୟସର ୨୩୧୫ ଜଣ ଚିହ୍ନଟ ହୋଇଛନ୍ତି । ୬୦ ବର୍ଷରୁ ଅଧିକ ବୟସର ୩୮୮ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ୦-୧୪ ବର୍ଷ ବୟସ ମଧ୍ୟର ୪୦୫ ଜଣ ପଜିଟିଭ୍ ବାହାରିଛନ୍ତି । ରାଜ୍ୟରେ ମୋଟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୭୫୪୯ ଜଣ ପୁରୁଷ ରହିଥିବା ବେଳେ ମହିଳା ରହିଛନ୍ତି ୧୯୭୭ ଜଣ । ରାଜ୍ୟରେ ମୋଟ ନମୁନା ପରୀକ୍ଷା ସଂଖ୍ୟା ୨,୯୭,୨୩୪ ହୋଇଛି ।
ଏ ପଟେ ଆଜି ଗଞ୍ଜାମରୁ ୭୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗଜପତିରୁ ୪୯, ଜଗତସିଂହପୁରରୁ ୨୫, ରାୟଗଡ଼ାରୁ ୧୬, କଟକରୁ ୧୫, ବରଗଡ଼ରୁ ୧୪, ଖୋର୍ଦ୍ଧାରୁ ୧୩, ଭଦ୍ରକରୁ ୧୨, ପୁରୀରୁ ୧୨, କେନ୍ଦ୍ରାପଡାରୁ ୮, ଯାଜପୁର ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଁଏ, ଅନୁଗୁଳ, ବାଲେଶ୍ୱର, ନୟାଗଡ଼ ଓ ନବରଙ୍ଗପୁରରୁ ୩ ଜଣ ଲେଖାଁଏ, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଓ ମୟୂରଭଞ୍ଜରୁ ଜଣେ ଲେଖାଁଏ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ ଆରୋଗ୍ୟଙ୍କ ସଂଖ୍ୟା ରାଜ୍ୟରେ ୬,୪୮୬ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons