
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଦେଶରେ ଏବେ ଅକ୍ସିଜେନ ସିଲିଣ୍ଡରର ଘୋର ଅଭାବ । ଅକ୍ସିଜେନ ଅଭାବରୁ ବଢିଚାଲିଛି କରୋନା ମୃତୁ୍ୟସଂଖ୍ୟା । ଏଭଳି ସମୟରେ ଅକ୍ସିଜେନ ଉପôାଦନ କରି ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀ ଜୟକୁମାର ଜୈନ । ଦାବି କରିଛନ୍ତି, ସରକାର ଚାହିଁଲେ ଦିନକୁ ସେ ୫ ଶହରୁ ଅଧିକ ଅକ୍ସିଜେନ ସିଲିଣ୍ଡର ଯୋଗାଇ ପାରିବେ ।
ଶ୍ରୀ ଜୈନ କହିଛନ୍ତି, ୭ ବର୍ଷ ତଳେ ଜୟପୁର ବ୍ଲକ ରଣ୍ଡାପାଲ୍ଲୀରେ ଜୟପୁର ଗ୍ୟାସ ପ୍ରାଇଭେଟ ଲିମିଟେଡ ନାଁରେ ଅକ୍ସିଜେନ ଉପôାଦନ ପ୍ଲାଣ୍ଟ ପ୍ରତିÂା କରିଥିଲେ । ସେହିଦିନରୁ ସ୍ଥାନୀୟ ଅଞ୍ଚଳର ଶିଳ୍ପ ସଂସ୍ଥାକୁ ଅକ୍ସିଜେନ ଯୋଗାଇ ଆସୁଛନ୍ତି । ମେଡିକାଲ ପାଇଁ ଦରକାର ପଡୁଥିବା ଅକ୍ସିଜେନ୍ର ଚାହିଦା ନଥିବାରୁ ପ୍ଲାଣ୍ଟରୁ ଉପôାଦନ କରୁନଥିଲେ । ଅନ୍ୟ ସହରରୁ ଆଣି ଦରକାର ସମୟରେ ମେଡିକାଲକୁ ଯୋଗାଉଥିଲେ । ଏବେ ମେଡିକାଲ୍ ପାଇଁ ଅକ୍ସିଜେନ୍ ସିଲିଣ୍ଡରର ଚାହିଦା ଢେର୍ଗୁଣା ବଢିଯାଇଛି । ଏହାକୁ ଆଖିରେ ରଖି ମେଡିକାଲ୍ ଅକ୍ସିଜେନ ଉପôାଦନ ଲାଗି ଅଣ୍ଟା ଭିଡିଛନ୍ତି । ଏ ଭିତରେ ଡ୍ରଗ୍ସ ଇନ୍ସପେକ୍ଟର ପ୍ଲାଣ୍ଟ ପରିଦର୍ଶନ କରିସାରିଛନ୍ତି । ଭିତ୍ତିଭୂମି ତଦାରଖ ସାଙ୍ଗକୁ କେତେ ଅକ୍ସିଜେନ ଉପôାଦନ ହୋଇପାରିବ-ତାହାର ସମୀକ୍ଷା କରିଛନ୍ତି ।
ଶ୍ରୀ ଜୈନ କହିଛନ୍ତି, ସରକାର ଅକ୍ସିଜେନ ଯୋଗାଣ ପାଇଁ ନିଦେ୍ର୍ଧଶ ଦେଲେ ନିଶ୍ଚିତ ଭାବେ ଯୋଗାଇବେ । ଦିନକୁ ଅତିକମ୍ରେ ୫ ଶହ ସିଲିଣ୍ଡର ଯୋଗାଇ ପାରିବେ । ଦରକାର ପଡିଲେ, କ୍ଷମତା ବଢାଇବେ । କେବଳ ଖାଲି ସିଲିଣ୍ଡର ମିଳିଲେ ଉପôାଦନ କରି ଯୋଗାଇବାରେ କୌଣସି ସମସ୍ୟା ରହିବ ନାହିଁ ।


Comments are closed, but trackbacks and pingbacks are open.