ଦିବ୍ୟାଙ୍ଗ ପିଲାଙ୍କ ସହ ଦୀପାବଳି ପାଳନ କଲେ ଗଞ୍ଜାମ ଏସ୍‌ପି

Get real time updates directly on you device, subscribe now.

ବ୍ରହ୍ମପୁର: ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଦିବ୍ୟାଙ୍ଗ ପିଲାଙ୍କ ସହ ଦୀପାବଳି ପାଳନ କରିଛନ୍ତି । ସମର୍ଥ ଦିବ୍ୟାଙ୍ଗ ଅନୁଷ୍ଠାନରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ପହଂଚି ପିଲାମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ପିଲା ମାନଙ୍କୁ ମିଠା ବାଣ୍ଟିବା ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।
ଏହି ଅବସରରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ କେ. ଆନଂଦ ରାଓ ଛାତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାଶ, ଆରଆଇ ଗଙ୍ଗାଧର ଧାଙ୍ଗର, ସବଳ ସୋରେନ, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons