ଦିଲ୍ଲୀପ ବିଶୋୟୀ ହେବେ ରାଜ୍ୟ ସୂଚନା କମିଶନର!

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ବରିÂ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ ରାଜ୍ୟ ସୂଚନା କମିଶନର ସଦସ୍ୟ ଭାବେ ନିଯୁକ୍ତି ପାଇବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁÂିତ ସୂଚନା କମିଶନର ସଦସ୍ୟ ଚୟନ ବୈଠକରେ ଶ୍ରୀ ବିଶୋୟୀଙ୍କ ନାଁ ଉପରେ ସହମତି ହୋଇଛି । ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ତାଙ୍କ ନିଯୁକ୍ତିକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସୂଚନା କମିଶନର ସଦସ୍ୟ ପଦ ପାଇଁ ଚୟନ କମିଟି ବୈଠକ ଅନୁÂିତ ହୋଇଥିଲା । ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ । ଶ୍ରୀ ବିଶୋୟୀଙ୍କ ସମେତ ମୋଟ ୨ ଜଣ ଆବେଦନକାରୀଙ୍କ ନାଁ ସଟ୍ଲିଷ୍ଟ ହୋଇ ଚୟନକାରୀ କମିଟିଙ୍କ ପାଖରେ ଉପସ୍ଥାପନ କରାଯାଇଥିଲା । ତାଲିକାର ଏକ ନମ୍ବରରେ ଜଣେ ଓକିଲଙ୍କ ନାଁ ଥିବା ବେଳେ ଦ୍ୱିତୀୟରେ ଶ୍ରୀ ବିଶୋୟୀ ଥିଲେ । ଉଲ୍ଲେଖଯୋଗ୍ୟ, ୨୦୨୦ ମାର୍ଚ୍ଚ ୧୮ ତାରିଖରେ ୩ଟି ସୂଚନା କମିଶନର ପଦବୀ ନିମେନ୍ତ ରାଜ୍ୟ ସରକାର ବିଜ୍ଞାପନ ଦେଇଥିଲେ । ତେବେ ଏଥିରୁ ମାତ୍ର ଗୋଟିଏ ପଦବୀ ପାଇଁ ସଦସ୍ୟଙ୍କୁ ଚୟନ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଏବେ ରାଜ୍ୟ ସୂଚନା କମିଶନ ଅଧ୍ୟକ୍ଷ ଭାବେ ସୁନୀଲ ମିଶ୍ର ଓ ସଦସ୍ୟ ଭାବେ ବାଳକୃଷ୍ଣ ମହାପାତ୍ର କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons