ଦିଲ୍ଲୀରୁ ନାବାଳିକା ଉଦ୍ଧାର, ମହିଳା ଦଲାଲ ଗିରଫ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଟିମ୍ବର କଲୋନୀରେ ରହୁଥିବା ଜଣେ ନାବାଳିକାଙ୍କୁ ପରିବାର ଲୋକଙ୍କ ଅଜାଣତରେ ବୁଲିବାକୁ ଡାକି ନେଇ ବାସନ୍ତୀ କଲୋନୀ ସନ୍ନିକଟ ଦୁର୍ଗାପୁର ବସ୍ତିରେ ରହୁଥିବା ସୁନିତା ବଡାଇକ୍ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଥିଲେ । ନାବାଳିକାଙ୍କ ପରିବାର ଲେକେ ଘଟଣା ସମ୍ପର୍କରେ ଜାଣିବା ପରେ ଝିଅକୁ ଫେରାଇ ଆଣିବାକୁ ସୁନିତାଙ୍କୁ କହିଥିଲେ । ହେଲେ ସୁନିତା ପରିବାର ଲୋକଙ୍କୁ ୧ ଲକ୍ଷ ଟଙ୍କା ଦାବି କରିବା ସହ ସେ ଓ ତାଙ୍କ ସ୍ୱାମୀ ମିଶି ନାବାଳିକାଙ୍କ ବାପା ଓ ମାଆଙ୍କୁ ଧମକ ଦେଉଥିଲେ । କୌଣସି ଉପାୟ ନପାଇ ଗତ ୩ ତାରିଖ ଦିନ ସୁନିତାଙ୍କ ବାପା ପ୍ଲାଣ୍ଟ ସାଇଟ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଦିଲ୍ଲୀର ଗୁରଗାଓଁରେ ନାବାଳିକା ଜଣକ ଥିବା ପୁଲିସ୍ ଜାଣିବା ପରେ ଥାନା ଅଧିକାରୀ ଅନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଦିଲ୍ଲୀ ଯାଇ ନାବାଳିକାଙ୍କୁ ଶନିବାର ରାତିରେ ରାଉରକେଲା ଆଣିଥିଲା । ନାବାଳିକାଙ୍କୁ ଦିଲ୍ଲୀରେ ବିକ୍ରି କରିଥିବା ମହିଳା ଦଲାଲ ସୁନିତାଙ୍କୁ ମଧ୍ୟ ପୁଲିସ୍ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।
ପୀଡ଼ିତାଙ୍କ ମା’ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଜାନୁୟାରୀ ୨୦ରେ ସୁନିତା ତାଙ୍କ ଝିଅକୁ ବୁଲିବାକୁ କହି ଘରୁ ଡାକି ନେଇ ଦିଲ୍ଲୀରେ ଜଣେ ବ୍ୟବସାୟୀଙ୍କ ଘରେ ରଖିଥିଲେ । ଦୁଇ ଦିନ ପରେ ରାଉରକେଲା ଫେରି ଯିବା ବୋଲି କହି ସୁନିତା ସେଠାରୁ ରାଉରକେଲା ଚାଲି ଆସିଥିଲେ । କିଛି ଦିନ ପରେ ନାବାଳିକା ଜଣକ ନିଜ ଘରକୁ ଫେରିବାକୁ କହିବାରୁ ସୁନିତା ତାଙ୍କୁ ୫ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ସମ୍ପୃକ୍ତ ବ୍ୟବସାୟୀ କହିଥିଲେ । ତାଙ୍କୁ ବିକ୍ରି କରାଯାଇଥିବା ଜାଣିବା ପରେ କୌଣସି ଉପାୟରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ଫୋନ୍ ଯୋଗେ ନିଜ ମା’ଙ୍କୁ ଜଣାଇଥିଲେ । ପୀଡ଼ିତାଙ୍କ ମା’ଲକ୍ଷ୍ମୀ ଘଟଣାକୁ ନେଇ ସୁନିତାଙ୍କ ସହ ଯୋଗାଯୋଗ କରି ଝିଅକୁ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ । ମାତ୍ର ସୁନିତା ତାଙ୍କୁ ନଗଦ ୧ ଲକ୍ଷ ଦାବି କରିବା ସହ ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲେ । ପରିବାର ଲୋକେ ସ୍ଥାନୀୟ ଅଞ୍ଚଳର ମହିଳା ନେତ୍ରୀ ପ୍ରମିଳା ଦାସଙ୍କୁ ସକ୍ଷାତ କରି ଘଟଣା ସମ୍ପର୍କରେ କହିଥିଲେ । ପ୍ରମିଳାଙ୍କ ସହାୟତାରେ ନାବାଳିକାଙ୍କ ବାପା ପ୍ଲାଣ୍ଟସାଇଟ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାମଲା ରୁଜୁ କରି ପୁଲିସ୍ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଦିଲ୍ଲୀର ଗୁରଗାଓଁ ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରି ରାଉରକେଲାରେ ଗତକାଲି ପହଞ୍ଚôଥିଲା । କୋର୍ଟରେ ନାବାଳିକାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା କରି ଶିଶୁ ମଙ୍ଗଳ ବିଭାଗକୁ ହସ୍ତାନ୍ତର କରିଥିଲା । ଶିଶୁ ମଙ୍ଗଳ ବିଭାଗ ପକ୍ଷରୁ ସମ୍ପୃକ୍ତ ନାବାଳିକାଙ୍କୁ ସଖୀ ସେଣ୍ଟରରେ ରଖାଯାଇଛି । ଅନ୍ୟପକ୍ଷରେ ନାବାଳିକାଙ୍କୁ ଦିଲ୍ଲୀରେ ବିକ୍ରି କରିଥିବା ମହିଳା ଦଲାଲ ସୁନିତା ବଡାଇକ୍ଙ୍କୁ ପୁଲିସ୍ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons