ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ଭୟାବହତା ଦେଖିବାକୁ ମିଳିଛି । ଏଠାରେ ବର୍ତ୍ତମାନ ସୁଦ୍ଧା ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତୁ୍ୟ ଘଟିଛି । ଅନ୍ୟପକ୍ଷରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଣ୍ଟା ଭିଡ଼ିଛନ୍ତି । ମାର୍ଚ୍ଚ ୩୧ ତାରିଖ ଯାଏଁ ଧାର୍ମିକ, ରାଜନୈତିକ ତଥା ସାମିଜିକ କାର୍ଯ୍ୟକ୍ରମ ନିମନ୍ତେ କୌଣସି ସ୍ଥାନରେ ୫୦ରୁ ଊଦ୍ଧ୍ୱର୍ ଲୋକ ଏକତ୍ରିତ ହୋଇ ପାରିବେନାହିଁ ବୋଲି କେଜରିୱାଲ ନିଦେ୍ର୍ଧଶ ଦେଇଛନ୍ତି । ବିବାହ କାର୍ଯ୍ୟ ନିମନ୍ତେ ଏହି କଟକଣା ଲାଗୁ କରାଯାଇ ନଥିଲେ ମଧ୍ୟ ସମ୍ଭାବ୍ୟ ବିବାହ କାର୍ଯ୍ୟ ନ କରିବାକୁ ସେ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ମେଟ୍ରୋ ଷ୍ଟେସନମାନଙ୍କରେ ଖୁବ୍ଶୀଘ୍ର ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି କେଜରିୱାଲ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଦେଶରୁ ଫେରୁଥିବା ନାଗରିକମାନଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନରେ ରହିବାକୁ ହେବ । ସେଥିପାଇଁ ଦିଲ୍ଲୀର ୩ଟି ହୋଟେଲ ଯଥା ଲେମନ ଟି୍ର, ରେଡ ଫକ୍ସ ଓ ଆଇବିଆଇଏସ୍କୁ କ୍ୱାରେଣ୍ଟାଇନ ସେଣ୍ଟର କରାଯିବ । ଏହି ସମୟରେ ସେମାନେ ଯଦି ଅଧିକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଚାହାନ୍ତି ତେବେ ଅଧିକ ଦେୟ ସହ ସେମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ଉପଲବ୍ଧ କରାଯିବ ।
Comments are closed, but trackbacks and pingbacks are open.