ଦିଲ୍ଲୀରେ କଟକଣା କୋହଳ ନାହିଁ: କେଜରିୱାଲ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନା ଭୂତାଣୁ ସଂକ୍ରମଣ ବାବଦରେ ଆଜି ଏକ ସାମ୍ୱାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇଛନ୍ତି । ସେ କହିଛନ୍ତି, ଲକ୍ଡାଉନ୍ ଯୋଗୁ ଦେଶରେ ମହାମାରୀ କରୋନା ଭୂତାଣୁ ସାଂଘାତିକ ରୂପ ନେଇପାରି ନାହିଁ । ତେବେ ଆମେ ଚାହୁଁଛୁ ଲକ୍ଡାଉନ୍ ଖୋଲାଯାଉ ଏବଂ ସବୁକିଛି ସ୍ୱାଭାବିକ କରାଯାଉ । କିନ୍ତୁ କରୋନା ଭୂତାଣୁର ପ୍ରକୋପ ଯୋଗୁ ଆମେ ଏଭଳି କରିପାରିବୁ ନାହିଁ । ତେବେ ଦିଲ୍ଲୀରେ ଏବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇନାହିଁ । ଲକ୍ଡାଉନ୍ କଟକଣା କୋହଳ କରାଯାଉ ନାହିଁ । ଆଉ ସପ୍ତାହେ ପରେ ଆମେ ଆଉଥରେ ବିଶେଷଜ୍ଞଙ୍କ ସହ ଆଲୋଚନା କରି ସ୍ଥିତି ଯାଞ୍ଚ କରିବୁ । ସେ କହିଛନ୍ତି ଯେ ହଟ୍ସ୍ପଟ୍ ଏବଂ କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥିବା ସ୍ଥାନରେ ଲକ୍ଡାଉନ୍ ନିୟମ କଡ଼ାକଡ଼ି ପାଇଁ କେନ୍ଦ୍ର ସରକାର ଆହ୍ୱାନ ଦେଇଛନ୍ତି । ଦିଲ୍ଲୀରେ ୧୧ ଜିଲ୍ଲା ରହିଛି ଏବଂ ସମସ୍ତ ଜିଲ୍ଲାକୁ ହଟ୍ସ୍ପଟ୍ ଘୋଷଣା କରାଯାଇଛି । ତେଣୁ କେନ୍ଦ୍ର ସରକାରଙ୍କ ନିଦେ୍ର୍ଧଶ ମୁତାବକ ଏଠାରେ କୌଣସି ପ୍ରକାର କୋହଳ ବ୍ୟବସ୍ଥା କରାଯାଉ ନାହିଁ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆଜିର ତାରିଖରେ ଦିଲ୍ଲୀରେ ୭୭ଟି କଣ୍ଟେନମେଣ୍ଟ ଜୋନ ରହିଛି । ଦିଲ୍ଲୀରେ କରୋନା ଦ୍ରୁତ ବେଗରେ ବଢୁଛି । କିନ୍ତୁ ଏବେ ବି ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇନାହିଁ । ଆଜି ଦିଲ୍ଲୀରେ ୧,୮୯୩ ମାମଲା ରହିଛି । ଏଥିମଧ୍ୟରୁ ୨୬ ଜଣ ଆଇସିୟୁରେ ରହିଥିବା ବେଳେ ୬ ଜଣ ଭେଣ୍ଟିଲେଟରରେ ରହିଛନ୍ତି । ତାଙ୍କ କହିବାନୁଯାୟୀ ଦେଶର ଲୋକସଂଖ୍ୟା ଯେତିକି ତା’ର ୨ ପ୍ରତିଶତ ଦିଲ୍ଲୀରେ ରହୁଛନ୍ତି । କିନ୍ତୁ ଦେଶରେ ଏବେ କରୋନା ମାମଲା ସଂଖ୍ୟା ଯେତିକି ରହିଛି, ତାହାର ୧୨ ପ୍ରତିଶତ ଦିଲ୍ଲୀରେ ରହିଛି । ତେଣୁ କରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ଦିଲ୍ଲୀ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons