ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ମୋଦି ସରକାର ଦିଲ୍ଲୀବାସୀଙ୍କୁ ଏକ ବଡ଼ ତୋଫା ଦେଇଛନ୍ତି । ବୁଧବାର ଅନୁÂିତ କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ ଦିଲ୍ଲୀରେ ଥିବା ଅବୈଧ କଲୋନିଗୁଡିକୁ ବୈଧ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ୧୭୯୭ଟି ଅବୈଧ କଲୋନି ଏବେ ବୈଧ ହେବେ । ଏହାଯୋଗୁ ପ୍ରାୟ ୪୦ ଲକ୍ଷ ଲୋକ ଉପକୃତ ହେବେ । ସେମାନେ ଏବେ ବ୍ୟାଙ୍କରୁ ଋଣ ନେଇପାରିବେ ଏବଂ ଅନ୍ୟାନ୍ୟ ସୁବିଧା ପାଇପାରିବେ ।
କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ମାତ୍ର ତିନୋଟି କଲୋନିକୁ କିଛି କାରଣରୁ ବୈଧ ନକରିବା ପାଇଁ ସ୍ଥିର କରାଯାଇଛି । ଏଗୁଡିକୁ ବାଦ୍ ଦେଇ ବାକି ସବୁ କଲୋନି ବୈଧ ହେବ । ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ଜନସଂଖ୍ୟା ଏବେ ୨ କୋଟିରେ ପହଞ୍ଚôଲାଣି । ତେଣୁ ବହୁ ବର୍ଷ ଧରି ଏହି କଲୋନିଗୁଡିକୁ ବୈଧ କରିବାକୁ ଦାବି କରାଯାଉଥିଲା । ମାତ୍ର ଦିଲ୍ଲୀ ସରକାର ଏହାକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ । ଏମିତିକି ୨୦୧୮ରେ ଦିଲ୍ଲୀ ସରକାର କୋର୍ଟଙ୍କୁ ଜଣାଇଥିଲେ କି ଏଥିପାଇଁ ଆହୁରି ଦୁଇ ବର୍ଷ ସମୟ ଦରକାର । ଦିଲ୍ଲୀ ସରକାରଙ୍କ ଏଭଳି ଆଭିମୁଖ୍ୟ ଦେଖିଲା ପରେ କେନ୍ଦ୍ରକୁ ହିଁ ଏ ଦିଗରେ କିଛି ପଦକ୍ଷେପ ନେବାକୁ ପଡ଼ିବ ବୋଲି ଆମେ ମନେ କରିଥିଲୁ । ତେଣୁ ସରକାର ଆଜି ଏଭଳି ପଦକ୍ଷେପ ନେଇଛନ୍ତି ।
Comments are closed, but trackbacks and pingbacks are open.