ଦିଲ୍ଲୀ ଏମ୍ସ ନିଦେ୍ର୍ଧଶକଙ୍କ ସତର୍କବାଣୀ:ଜୁନ୍-ଜୁଲାଇରେ ଶୀର୍ଷରେ ପହଞ୍ଚôବ କରୋନା

Get real time updates directly on you device, subscribe now.

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ପ୍ରତିଦିନ କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମଣ ଓ ମୃତୁ୍ୟସଂଖ୍ୟା ବଢ଼ିଚାଲିଛି । ଏହାକୁ ବିଚାରକୁ ନେଲେ ସେଥିରୁ ଆଗାମୀ ଜୁନ-ଜୁଲାଇ ମାସରେ କରୋନା ସଂକ୍ରମଣ ଶୀର୍ଷସ୍ତରରେ ପହଞ୍ଚôବାର ଆଶଙ୍କା କରାଯାଉଛି । ଦିଲ୍ଲୀ ଏମ୍ସର ନିଦେ୍ର୍ଧଶକ ଡକ୍ଟର ରଣଦୀପ ଗୁଲେରିଆ ଗୁରୁବାର ଏଭଳି ସତର୍କବାଣୀ କରିଛନ୍ତି । ସେ କହିଛନ୍ତି ସଂଖ୍ୟାକୁ ଦେଖିଲେ ଏଥିରେ କିଛି ପରିବର୍ତ୍ତନ ଘଟିପାରେ । ତେବେ ଆଗାମୀ ସମୟରେ ହିଁ ଜଣାପଡ଼ିବ ଏହା କେତେ ପ୍ରଭାବୀ ହେବ ଏବଂ ଲକ୍ଡାଉନ ବୃଦ୍ଧି କରାଯିବା ଫଳରେ ତାହାର କେତେ ପ୍ରଭାବ ପଡ଼ିବ ।
ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଡକ୍ଟର ଗୁଲେରିଆ କହିଛନ୍ତି ଯେ ଏବେ ଯେଉଁ ଭଳି ଟ୍ରେଣ୍ଡ ଦେଖାଯାଉଛି ସେଥିରୁ କରୋନା ମାମଲା ଜୁନ୍ ମାସରେ ପିକ୍ ବା ସର୍ବୋଚ୍ଚ ସ୍ତରରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ରୋଗ ଯେ ଥରକରେ ଶେଷ ହୋଇଯିବ ତାହା ବିଲକୁଲ୍ ନୁହେଁ । ଆମକୁ କରୋନା ସହ ବଞ୍ଚିବାକୁ ପଡ଼ିବ । ଧୀରେ ଧୀରେ ମାମଲା କମିବ । ବର୍ତ୍ତମାନ ଦୁଇଟି ଜିନିଷ ଦେଖିବାର ଆବଶ୍ୟକତା ରହିଛି । ଯେତେ ଯେତେ ସଂଖ୍ୟାରେ ମାମଲା ବଢ଼ୁଛି ଆମର ଟେଷ୍ଟିଂ ବି ବଢ଼ିବାରେ ଲାଗିଛି । କିନ୍ତୁ ଆମେ କରୋନା ଉପରେ କାବୁ ପାଇବାକୁ ହେଲେ ଟେଷ୍ଟିଂ ସଂଖ୍ୟା ବଢ଼ୁ କି ନ ବଢ଼ୁ ସଂକ୍ରମଣ ସଂଖ୍ୟା କିଭଳି କମ୍ କରିବାକୁ ପଡ଼ିବ ତାହା ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ । ସେ କହିଛନ୍ତି ଲକ୍ଡାଉନର ବହୁତ ବଡ଼ ସଫଳତା ମିଳିଛି । ଲକ୍ଡାଉନ୍ ଯୋଗୁ ହିଁ କରୋନା ମାମଲା ଅଧିକ ବୃଦ୍ଧି ହୋଇନାହିଁ । ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ମାମଲା ବୃଦ୍ଧି ହାର କମ୍ ରହିଛି । ଲକ୍ଡାଉନ ସମୟରେ ଅଧିକ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ପ୍ରତିÂା କରାଯାଇଛି । ଡାକ୍ତରମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଛି । ପିପିଇ କିଟ୍, ଭେଣ୍ଟିଲେଟର ଏବଂ ଜରୁରୀ ମେଡିକାଲ ଉପକରଣର ବ୍ୟବସ୍ଥା କରାଯାଇଛି । କରୋନାର ପରୀକ୍ଷାରେ ମଧ୍ୟ ବୃଦ୍ଧି ହୋଇଛି ।
ସେ କହିଛନ୍ତି ଯେ କେତେ ଦିନ ଯାଏ କରୋନା ସଂକ୍ରମଣର ମାମଲା ଜାରି ରହିବ ତାହା ଏବେଠାରୁ କହିହେବନାହିଁ । ଅବଶ୍ୟ ଯେତେବେଳେ କୌଣସି ଜିନିଷ ତାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥାଏ ସେବେଠାରୁ ପତନ ହେବା ଆରମ୍ଭ କରେ । ତେଣୁ ଜୁନ୍ରେ ଯେତେବେଳେ କରୋନା ମାମଲା ସର୍ବୋଚ୍ଚ ସ୍ତରରେ ପହଞ୍ଚିଯିବ ତା’ ପରେ ମାମଲା ଧୀରେ ଧୀରେ କମିବ । ଅର୍ଥାତ ଦୁଇ-ତିନି ମାସ ପରେ ମାମଲା ସଂଖ୍ୟା ହ୍ରାସ ପାଇବ । ସରକାର କୋଭିଡ ସେଣ୍ଟର ସଂଖ୍ୟା ବୃଦ୍ଧି କରିବା ସହ ଟେଷ୍ଟିଂ ମଧ୍ୟ ବଢ଼ାଇବା ଉଚିତ । ହଟସ୍ପଟ୍ ଅଞ୍ଚଳରେ ଦୃଢ଼ ପଦକ୍ଷେପ ନିଆଯିବା ଦରକାର । କରୋନା ବିରୋଧରେ ଯେଉଁ ଲଢେ଼ଇ ଚାଲିଛି ତାହା ଜନତାଙ୍କ ଲଢେ଼ଇ । ଏଥିରେ ଜନତାଙ୍କୁ ସହଯୋଗ କରିବାକୁ ପଡ଼ିବ । ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରିବା, ହାତ ଧୋଇବା ଓ ସଫାସୁତୁରା ରହିବା ଭଳି ନିୟମ ମାନିବାକୁ ପଡ଼ିବ । ସେ କହିଛନ୍ତି କରୋନା ବିରୋଧରେ ଏହି ଲଢେ଼ଇ ଲମ୍ବା ସମୟ ଧରି ଚାଲିବ । ସମସ୍ତଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବ । ସମସ୍ତଙ୍କୁ ନିଜ ଜୀବନ ଶୈଳୀ ବଦଳାଇବାକୁ ପଡିବ । ସପିଂମଲ, ମୁଭି ଓ ଥିଏଟର ଯିବାକୁ ହେଲେ ମୁହଁରେ ମାସ୍କ ଲଗାଇ ଯିବାକୁ ପଡ଼ିବ ଓ ସେସବୁ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ ବୋଲି ଡକ୍ଟର ଗୁଲେରିଆ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons