ଦିଲ୍ଲୀ ଶିକ୍ଷାମନ୍ତ୍ରୀଙ୍କ ସହ ସ୍କୁଲ ବୁଲିଲେ ମନ୍ତ୍ରୀ ସମୀର ଦାଶ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନିଷ୍ ସିସୋଡିଆଙ୍କ ସହ ମାଧ୍ୟମିକ ଶିକ୍ଷା ସମ୍ବନ୍ଧ ନେଇ ବ୍ୟାପକ ଆଲୋଚନା କରିଛନ୍ତି । ଏହା ସହ ଶ୍ରୀ ସିସୋଡିଆଙ୍କ ସହ ମନ୍ତ୍ରୀ ଶ୍ରୀ ଦାଶ ଦିଲ୍ଲୀର ପଶ୍ମିମ ବିନୋଦ ନଗରସ୍ଥିତ ସର୍ବୋଦୟ କନ୍ୟା ବିଦ୍ୟାଳୟ ଏବଂ ପଟପରଗଂଜସ୍ଥିତ ଅନ୍ୟ ଏକ ସରକାରୀ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଥିଲେ । ସେ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରି ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଚାଲିଥିବା ବିଭିନ୍ନ ପରୀକ୍ଷା ଉପରେ ଅବଗତ ହୋଇଥିଲେ । ଅନ୍ୟପକ୍ଷରେ ମାଧ୍ୟମିକ ଶିକ୍ଷାର ଉ+ର୍ଷ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସଂସ୍କାରମୂଳକ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ମନ୍ତ୍ରୀ ଶ୍ରୀ ଦାସ ଆଲୋଚନା କରିଥିଲେ । ଆଲୋଚନାରେ ଏଥିରେ ବିଶିଷ୍ଟ ଶିକ୍ଷା ସଂସ୍କାରକ ସୋନମ୍ ୱାନ୍ଚୁକ୍ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons