ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଜ୍ୱର ହୋଇଛି । ତା’ସହିତ ଶ୍ୱାସକ୍ରିୟାରେ ମଧ୍ୟ ସେ କଷଟ ଅନୁଭବ କରୁଛନ୍ତି । ଏ ଦୁଇଟି ଯାକ କରୋନାର ଲକ୍ଷଣ ମଧ୍ୟ ହୋଇଥିବାରୁ ତାଙ୍କର ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଛି । ଏବେ ତାଙ୍କୁ ହସ୍ପିଟାଲରେ ଅକ୍ସିଜେନ୍ ସର୍ପୋଟରେ ରଖାଯାଇଛି । ସତ୍ୟେନ୍ଦ୍ର ନିଜେ ଟ୍ୱିଟ୍ କରି ତାଙ୍କ ଅସୁସ୍ଥତା ସଂପର୍କରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ତାଙ୍କୁ ପ୍ରବଳ ଜ୍ୱର ହୋଇଛି ଓ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି । ତେଣୁ ସେ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ୱିଟ୍ କରି ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ, କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଅସୁସ୍ଥ ହୋଇପଡିଥିଲେ । ତାଙ୍କର ବି କରୋନା ଟେଷ୍ଟ କରାଯାଇଥିଲା । ତେବେ ରିପୋର୍ଟ ନେଗେଟିଭ୍ ଆସିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons