ଦୀଘା ମୁହାଣରେ ଓଲଟିଲା ମାଛଧରା ଟ୍ରଲର

Get real time updates directly on you device, subscribe now.

ଭୋଗରାଇ,(ବି.ବି.ନୁ୍ୟଜ୍): ପଶ୍ଚିମବଙ୍ଗର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଦୀଘା ମୁହାଣରେ ଶୁକ୍ରବାର ଏକ ଅଘଟଣ ଘଟିଛି । ସମୁଦ୍ରରୁ ମାଛଧରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏକ ମାଛ ବୋଝେଇ ଟ୍ରଲର ଓଲଟି ପଡିଥିଲା । ଏଥିରେ ଥିବା ୧୧ ଜଣ ମତ୍ସ୍ୟଜୀବୀ ଅଳ୍ପକେ ମୃତୁ୍ୟ ମୁଖରୁ ବର୍ତ୍ତି ଯାଇଛନ୍ତି । ତେବେ ନନ୍ଦିଗ୍ରାମ ଅଞ୍ଚଳର ନିର୍ମଳ ଦାସ ନାମକ ଜଣେ ମତ୍ସ୍ୟଜୀବୀ ଟ୍ରଲର ତଳେ ଚାପି ରହିଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଦୀଘା ହସପିଟାଲରେ ଭର୍ତ୍ତିିର୍ କରାଯାଇଛି ।
ସୂଚନା ଅନୁଯାୟୀ, ଗତ ଗୁରୁବାରରୁ ଆକାଶ ମେଘାଚ୍ଛନ୍ନ ରହିଛି । ଅଳ୍ପ ବର୍ଷା ମଧ୍ୟ ହୋଇଥିଲା । ପାଗ ଅନୁକୂଳ ନଥିଲେ ମଧ୍ୟ ଗୁରୁବାର ଦୀଘା ମୁହାଣରୁ ମାଛ ଧରିବା ପାଇଁ କେତେକ ଟ୍ରଲର ସମୁଦ୍ରକୁ ବାହାରି ଯାଇଥିଲେ । ମାତ୍ର ଗୋଟିଏ ମାଛଧରା ଟ୍ରଲରରେ ୧୧ ଜଣ ମତ୍ସ୍ୟଜୀବୀ ସମୁଦ୍ରରୁ ମାଛଧରି ଫେରି ଆସୁଥିଲେ । ଶୁକ୍ରବାର ଭୋର ୬ଟା ବେଳେ କୂଳଠାରୁ ପ୍ରାୟ ଅଧା କିମି ଦୂରରେ ଟ୍ରଲରଟି ଓଲଟି ପଡିଥିଲା । ସେଥିରେ ଥିବା ମତ୍ସ୍ୟଜୀବୀମାନଙ୍କ ମଧ୍ୟରୁ ୧୦ ଜଣ ପାଣିକୁ ଡେଇଁ ପଡିଥିଲେ । ମାତ୍ର ନିର୍ମଳ ଡେଇଁ ନ ପାରି ଟ୍ରଲର ତଳେ ଚାପି ରହି ଯାଇଥିଲେ । ତେବେ ମତ୍ସ୍ୟଜୀବୀମାନେ ସେଠାରେ ପହଁରି ପହଁରି ସାହାଯ୍ୟ ପାଇଁ ଚିକ୍ରାର କରିଥିଲେ । ତୁରନ୍ତ ଅଗ୍ନିଶମ ବିଭାଗ ଓ ଅନ୍ୟ ଡଙ୍ଗା ସାହାଯ୍ୟ ପାଇଁ ସେମାନଙ୍କ ପାଖରେ ପହଞ୍ଚି ଯାଇଥିଲେ । ତତ୍କ୍ଷଣାତ ଟ୍ରଲର ତଳେ ଚାପି ରହିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୂଳକୁ ନେଇ ଆସିଥିଲେ । ସେତବେଳକୁ ମତ୍ସ୍ୟଜୀବୀ ଜଣକ ପାଣି ପିଇ ଯାଇଥିଲେ ଓ ତାଙ୍କୁ ଚିକିତ୍ସାପାଇଁ ହସ୍ପିଟାଲ ନିଆଯାଇଥିଲା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons