ଦୀର୍ଘ ଲଢେ଼ଇର ଅୟମାରମ୍ଭ: ମୋଦି

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫୁ୍ୟ ଆହ୍ୱାନକୁ ଦେଶବାସୀ ସମର୍ଥନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟୁଇଟ କରି ମୋଦି କହିଛନ୍ତି, କରୋନା ଭାଇରସ୍ର ମୁକାବିଲା ପାଇଁ ଯେଉଁ ୧୪ ଘଣ୍ଟିଆ ଜନତା କର୍ଫୁ୍ୟ ପାଳନ କରାଯାଇଥିଲା ତାହା ଏକ ଦୀର୍ଘ ଲଢେ଼ଇର ଅୟମାରମ୍ଭ । ଦେଶବାସୀ ପ୍ରମାଣ କରି ଦେଖାଇଦେଲେ ଯେ ସେମାନେ କରୋନାକୁ ହରାଇବାକୁ ଯୁଦ୍ଧ ଲଢ଼ିବା ଲାଗି ପ୍ରସ୍ତୁତ ଅଛନ୍ତି । ସେମାନେ ଯେକୌଣସି ଚାଲେଞ୍ଜକୁ ଏକାଠି ମୁକାବିଲା କରିପାରିବେ । ଟୁଇଟ୍ କରି ମୋଦି କହିଛନ୍ତି ରାତି ୯ଟାରେ ଜନତା କର୍ଫୁ୍ୟ ଶେଷ ହୋଇଛି । ତା ଅର୍ଥ ନୁହେଁ ଯେ ଆମେ ଉତ୍ସବ ମନାଇବା । ନିଜ ଦ୍ୱାରା କରାଯାଇଥିବା କର୍ଫୁ୍ୟକୁ କେବେହେଲେ ସଫଳ ବୋଲି ଭାବିବା ଉଚିତ ନୁହେଁ । ଏହା ଏକ ଦୀର୍ଘ ଲଢେ଼ଇର ଆରମ୍ଭ ମାତ୍ର । ଏଥିସହିତ ସେ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଲକ୍ ଡାଉନକୁ ସମର୍ଥନ କରିବା ଲାଗି ଲୋକଙ୍କୁ ଆହ୍ୱାନ ଜଣାଇଛନ୍ତି । ଲୋକମାନଙ୍କୁ ଘରେ ରହିବାକୁ କହିଛନ୍ତି । ଏଥିସହ ଅତି ଆବଶ୍ୟକ ନଥିଲେ ଲୋକମାନେ ଘରୁ ବାହାରକୁ ନ ବାହାରିବା ଲାଗି ମୋଦି ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons