ଦୀର୍ଘ ୧୫କିଲୋମିଟର ଭାରରେ ବୁହା ହୋଇ ଡାକ୍ତରଖାନା ଆସିଲେ ରୋଗୀ

Get real time updates directly on you device, subscribe now.

ରାୟଗଡ଼ା: ପୁଣି ଭାରରେ ବୁହା ହେଲେ ରୋଗୀ। ଦୀର୍ଘ ୧୫କିଲୋମିଟର ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ। ଏଭଳି ଘଟଣା ସାମନାକୁ ଆସିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଳକ ଡେଙ୍ଗୁଣି ଗାଁରୁ।
ଗାଁର ହୁଣ୍ଡାରୀ ସିକକା ନାମକ ଜଣେ ମହିଳା ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ତେବେ ଲଗାଣ ବର୍ଷା ସହ ରାସ୍ତା ଖରାପ ଯୋଗୁ ମହିଳା ଜଣଙ୍କ ମେଡିକାଲକୁ ଯାଇପାରି ନଥିଲେ। ଆଜି ଦେହ ଅଧିକ ଖରାପ ହେବାରୁ ପରିବାର ଲୋକେ ୧୦ କିଲୋମିଟର ଭାରରେ ବୋହି ଆଣିଥିଲେ। ଏହାପରେ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ ଆମ୍ବୁଲାନ୍ସ ନଆସିବାରୁ ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ତାଙ୍କୁ ମୁନିଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ଭାରରେ ବୋହି ଆଣିଥିଲେ। ମହିଳା ଜଣଙ୍କ ରକ୍ତ ହୀନତାର ଶିକାର ହୋଇଥିବା ଡାକ୍ତର କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons