ଦୁଇଟି କୋଭିଡ୍ ହସ୍ପିଟାଲକୁ ଉଦ୍‌ଘାଟନ୍ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ବର: କୋଭିଡ-୧୯ ଭାଇରସ୍‌ ବା କରୋନା ମୁକାବିଲା ଅଭିଯାନରେ ଆଉ ଏକ ପାଦ ବଢ଼ିଛନ୍ତି ରାଜ୍ୟ ସରକାର। ଗୁରୁବାର ରାଜ୍ୟର ଦୁଇଟି କରୋନା ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍‌ଫରେନ୍ସସିଂ ଜରିଆରେ କିମ୍‌ସ ଏବଂ ଅଶ୍ବିନୀ ହସ୍ପିଟାଲର କରୋନା ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।
ଏହି ଦୁଇଟି ଡାକ୍ତରଖାନା ମଧ୍ୟରୁ କିମ୍‌ସରେ କରୋନା ରୋଗୀଙ୍କ ପାଇଁ ୫୦୦ ଶଯ୍ୟା ଏବଂ ଅଶ୍ବିନୀ ହସ୍ପିଟାଲରେ ୧୫୦ ଶଯ୍ୟା ରହିଛି। ସୂଚନାଯୋଗ୍ୟ ଯେ, ଗତ ମାସ ୨୬ ତାରିଖରେ ରାଜ୍ୟରେ ସ୍ବତନ୍ତ୍ର କୋଭିଡ-୧୯ ବା କରୋନା ହସ୍ପିଟାଲ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଘୋଷଣା ଅନୁସାରେ ଗୁରୁବାରରେ ପ୍ରଥମ ଦୁଇଟି ଉଦ୍‌ଘାଟିତ ହୋଇଛି। ଏହି ଯୋଜନାରେ ଖୁବ ଶୀଘ୍ର ସମ୍‌ ହସ୍ପିଟାଲର କରୋନା ଡାକ୍ତରଖାନ ଉଦ୍‌ଘାଟନା ହେବ ବୋଲି ଜଣା ଯାଇଛି।
ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ, କରୋନା ରୋଗୀଙ୍କ ଚିକିତ୍ସା ଲାଗି ପ୍ରତିଷ୍ଠା ହୋଇଥିବା ଏବଂ ହେଉଥିବା ସ୍ବତନ୍ତ୍ର ଡାକ୍ତରଖାନାରେ କରୋନା ରୋଗୀଙ୍କର ମାଗଣା ଚିକିତ୍ସା ସହ ରହିବା ଏବଂ ଖାଇବା ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ମାଗଣା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons