ଦୁଇଟି ଲୁଲନ୍ତା ମୃତଦେହ ଠାବ

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ନୁ୍ୟଜ୍): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ପଞ୍ଚାୟତରେ ସୋମବାର ଗୋଟିଏ ଦିନରେ ଦୁଇଟି ଝୁଲନ୍ତା ମୃତଦେହ ଠାବ କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି । ମୃତକଦ୍ୱୟ ହେଲେ ପ୍ରଦୀପ ଛତା (୨୫) ଓ ଭାନୁ ସାହୁ । ପ୍ରଦୀପଙ୍କ ଘର ବଲାଙ୍ଗିର ସହରସ୍ଥିତ ସାଲେପାଲିପଡ଼ାରେ । ଭାନୁଙ୍କ ଘର ଖୁଜେନପାଲି ପଞ୍ଚାୟତର ବାଗଭାଡି ଗାଁରେ । ସୂଚନାଅନୁସାରେ, ସୋମବାର ସକାଳେ ଖୁଜେନପାଲି ଏଫ୍ସିଆଇ ଗୋଦାମ ନିକଟରେ ଥିବା ଏକ ପଳାସ ଗଛରେ ପ୍ରଦୀପଙ୍କ ଲୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ଲୋକେ ପୋଲିସକୁ ଖବର ଦେଇଥିଲେ । ବଲାଙ୍ଗିରି ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତ ଦେହ ନିକଟରେ ଏକ ସାଇକେଳ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । ତେବେ ମୃତୁ୍ୟର କାରଣ ଜଣାପଡିନାହିଁ । ସେହିପରି ଏହି ପଞ୍ଚାୟତ ଅନ୍ତର୍ଗତ ବାଗଭାଡି ଗାଁ ସ୍କୁଲ ନିକଟରେ ଥିବା ଏକ ଆମ୍ବ ଗଛରୁ ଭାନୁ ସାହୁ ନାମ୍ନୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କର ଏକ ସାତ ବର୍ଷର ପୁଅ ଅଛି । ତେବେ ମହିଳାଙ୍କ ମୃତୁ୍ୟର କାରଣ ଜଣାପଡିନାହିଁ । ସଦର ପୋଲିସ ଉଭୟ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons