ନୟାଗଡ,(ବି.ବି.ନୁ୍ୟଜ୍): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର ପଞ୍ଚାୟତ ବାଘୁଆଶାଳ ତୋଟାଠାରେ ଆଜି ଏକ ବିଦୁ୍ୟତ୍ ସବ୍ଷ୍ଟେସନ ଦୁଇ ଦୁଇ ଥର ଉଦ୍ଘାଟିତ ହୋଇଛି । ପୂର୍ବାହ୍ନ ପ୍ରାୟ ୯ଟାରେ ଏହାକୁ ସ୍ଥାନୀୟ ସରପଞ୍ଚସ୍ୱପ୍ନାରାଣୀ ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ମଧ୍ୟାହ୍ନରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ତାଙ୍କ ସମର୍ଥକମାନଙ୍କ ସହ ପହଞ୍ଚô ପୁଣି ଥରେ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ଘଟଣାରୁ ସ୍ଥାନୀୟ ଅଞ୍ଚଳରେ ବିଜେଡି ମଧ୍ୟରେ ଗୋÂୀ କନ୍ଦଳ ଥିବା ନେଇ ସ୍ପଷ୍ଟ ହୋଇଛି ।
ଖବରରୁ ପ୍ରକାଶ ଯେ, ସରପଞ୍ଚଶ୍ରୀମତୀ ମହାପାତ୍ର ପୂର୍ବରୁ ଦଶପଲ୍ଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କର ଜଣେ ଦୃଢ଼ ସମର୍ଥକ ଥିଲେ । ଗତ ସାଧାରଣ ନିର୍ବାଚନରେ ଶ୍ରୀ ନାୟକଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଓ ବିଜେପିରୁ ଟିକେଟ ପାଇ ବିଧାୟକ ପ୍ରାର୍ଥୀ ହୋଇଥିଲେ । ତେବେ ତାଙ୍କର ସମର୍ଥକ ଶ୍ରୀମତୀ ମହାପାତ୍ର ଦଳ ପରିବର୍ତ୍ତନ ନ କରି ଚୁପ୍ ରହିଥିଲେ । ଅପରପକ୍ଷରେ ସେ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ବିଧାୟକ ଶ୍ରୀ ବେହେରାଙ୍କୁ ସହଯୋଗ ମଧ୍ୟ କରିନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଏପରିକି ଆଜି ବିଦୁ୍ୟତ୍ ସବ୍ଷ୍ଟେସନ ସ୍ଥଳରେ ଏକ ନାମ ଫଳକ ଲଗା ଯାଇଥିଲେ ହେଁ ଏଥିରେ ସ୍ଥାନୀୟ ସରପଞ୍ଚଶ୍ରୀମତୀ ମହାପାତ୍ରଙ୍କ ନାମ ମଧ୍ୟ ରହିନଥିବା ଜଣାଯାଇଛି । ଏହାକୁ ନେଇ ହରିପୁର ପଞ୍ଚାୟତରେ ଚର୍ଚ୍ଚା ଜୋର୍ ଧରିଛି ।
Comments are closed, but trackbacks and pingbacks are open.