ଦୁଇ ଅଭିଯୁକ୍ତ ଯୁବକ ଗିରଫ

Get real time updates directly on you device, subscribe now.

ମାଲକାନଗିରି: ଆନ୍ଧ୍ରପ୍ରଦେଶକୁ ଦାଦନ ଚାଲାଣ ଅଭିଯୋଗରେ କାଲିମେଳା ଥାନା ପୁଲିସ ଆନ୍ଧ୍ରପ୍ରଦେଶର ୨ ଜଣ ଦଲାଲଙ୍କୁ ଗିରଫ କରିଛି । ଗିରଫ ଦୁଇ ଦଲାଲ ହେଲେ ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲା କୋବୁର ଗାଁର କେ ପୋଷିଆ ଓ ମାନିଲାପାଲି ଦେଭୁଡ଼ୁ । ଏମାନଙ୍କ ନାମରେ ଆନ୍ତଃରାଜ୍ୟ ଶ୍ରମିକ ଚାଲାଣ ଆଇନ, ଶିଶୁ ଶ୍ରମିକ ନିରୋଧ ଆଇନରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି ।
ଏହାପୂର୍ବରୁ ଦାଦନ ଚାଲାଣ ନେଇ କାଲିମେଳା ଓ ଆନ୍ଧ୍ରପ୍ରଦେଶର ୩ ଜଣଙ୍କୁ ଗିରଫ କରାଯାଇଥିଲା । ମାଲକାନଗରି ଜିଲ୍ଲାରେ ଶିଶୁ ଶ୍ରମିକ, ଦାଦନ ଶ୍ରମିକ ଚାଲାଣ ରାକେଟ୍ ସକ୍ରିୟ ହୋଇପଡ଼ିଛି । ଖାଇପିଇ ଅଧିକ ମଜୁରି ଦେବାର ଲୋଭ ଦେଖାଇ କାଲିମେଳା ଥାନା ବେଜାଙ୍ଗୱାଡ଼ା ଓ ତାର ଆଖପାଖ ଗାଁରୁ ଆଦିବାସୀ ପିଲାଙ୍କୁ ଦାଦନ ଶ୍ରମିକ ଭାବେ ଚାଲାଣ କରିଥିବା ନେଇ କାଲିମେଳା ଥାନା ବେଜାଙ୍ଗାୱଡ଼ାର ଦଲାଲ ଅଜିତ ମଣ୍ଡଳ ଓ ଆନ୍ଧ୍ରପ୍ରଦେଶ ସିଲେରୁ ଥାନା ଦାରାକୋଣ୍ଡା ଗାଁର ତାଗି କ୍ରିଷ୍ଣାଦୋରାଙ୍କୁ ଗତ ୨ ତାରିଖରେ ପୁଲିସ ଗିରଫ କରିଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons