ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକ୍ଡାଉନ୍ ସତ୍ତେ୍ୱ ରାଜ୍ୟର ଗ୍ରୀନ୍ ଜୋନ୍ ଗୁଡିକରେ ବସ୍ ଗୁଡିକୁ ଚଳାଇବା ପାଇଁ ଅନୁମତି ମିଳିଥିଲା । ତେବେ ସିଟ୍ କ୍ଷମତାର ଅଧା ଯାତ୍ରୀ ନେବାକୁ କୁହାଯାଇଥିଲା । ଏଥିଯୋଗୁ ମାଲିକମାନେ ବସ୍ ଚଳାଇ ନଥିଲେ । ଏହା ଦ୍ୱାରା ସେମାନଙ୍କ ତେଲ ଖର୍ଚ୍ଚ ବି ଉଠିବନି ବୋଳି ସେମାନେ କହିଥିଲେ । ଏଭଳି ସ୍ଥିତିରେ ସରକାର ବସ୍ ଭଡ଼ା ଦୁଇ ଗୁଣା କରିବାକୁ ଚିନ୍ତା କରୁଛନ୍ତି । ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ଗ୍ରୀନ୍ ଜୋନ୍ରେ ବସ୍ ଚାଲିବା ନେଇ ବ୍ୟବସ୍ଥା ହେଉଛି । ଏଥିପାଇଁ ଭଡ଼ା ଦୁଇ ଗୁଣ କରାଯିବ । ଯେହେତୁ ଅଧା ସିଟ୍ରେ ଲୋକ ଯିବେ, ତେଣୁ ବସ୍ମାଲିକଙ୍କର କ୍ଷତି ହେବ । କ୍ଷତି ହ୍ରାସ କରିବା ପାଇଁ ଭଡ଼ା ଦୁଇ ଗୁଣ କରାଯିବ । ଏହାଦ୍ୱାରା ମାଲିକମାନେ ଆଉ କ୍ଷତିଗ୍ରସ୍ତ ହେବେ ନାହିଁ । ମନ୍ତ୍ରୀ କହିଛନ୍ତି , ଜରୁରୀ କାମ ଥିବା ଲୋକ ବି ଦୁଇଗୁଣ ଭଡ଼ା ଦେବାକୁ ପଛେଇବ ନାହିଁ । ପରିବହନ ବିଭାଗ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଦିନେ ଦୁଇଦିନରେ ସରକାର ଏନେଇ ନିଷ୍ପତ୍ତି ନେବେ ।
Comments are closed, but trackbacks and pingbacks are open.