ଦୁଇ ଦିନରେ ୧ କୋଟି ୬୪ ଲକ୍ଷର ଚାଲାଣ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆ ଟ୍ରାଫିକ୍ ନିୟମ ଅନୁସାରେ ପ୍ରଥମ ଦିନ ଅପେକ୍ଷା ଦ୍ୱିତୀୟ ଦିନରେ ଦୁଇ ଗୁଣା ଚାଳକ ଧରାପଡି ତଣ୍ଡ ଗଣିଛନ୍ତି । ପ୍ରଥମ ଦିନରେ ସାରା ରାଜ୍ୟରୁ କେବଳ ଆରଟିଓ ୧୬୫୦ ଜଣଙ୍କୁ ଫାଇନ୍ କରିଥିଲା । ଦ୍ୱିତୀୟ ଦିନ (ସୋମବାର, ରାତି ୯ ଟା ୩୦ ମଧ୍ୟରେ) ୩ ହଜାର ୧୭୫ ଜଣଙ୍କ ଠାରୁ ପ୍ରାୟ ୧ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଫାଇନ୍ କାଟିଛି ଆରଟିଓ । ଭୁବନେଶ୍ୱର ଆରଟିଓ-୧ ଓ ୨ରୁ ସର୍ବାଧିକ ୩ ଶହ ଜଣଙ୍କୁ ଚାଲାଣ କାଟିଛନ୍ତି । ଏନେଇ ଏସ୍ଟିଏ(ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି)ଟୁଇଟର କରି ସୂଚନା ଦେଇଛି । ଦୁଇ ଦିନ ମଧ୍ୟରେ ସାରା ରାଜ୍ୟରୁ ଏକ କୋଟି ୬୪ ଲକ୍ଷ ଟଙ୍କାର ଚାଲାଣ କାଟିଛି ରାଜ୍ୟ ପରିବହନ ବିଭାଗ । ଖାଲି ସେତିକି ନୁହେଁ, ବସ ଓ ଟ୍ରକ ସହ ୨୦ଟି ଗାଡ଼ି ଜବତ କରିଛି ।
ସୂଚନା ମୁତାବକ, ୩ ହଜାର ୧୭୫ ଜଣ ଚାଳକଙ୍କ ମଧ୍ୟରେ ସର୍ବାଧିକ ୧୫୮୫ ଜଣ ବିନା ହେଲମେଟରେ ଗାଡ଼ି ଚଳାଇ ଧରାପଡ଼ି ତଣ୍ଡ ଗଣିଛନ୍ତି । ସେହିପରି ଦ୍ରୁତ ଗତିରେ ଗାଡ଼ି ଚଳାଇ ୩୫୬ ଜଣ ଫାଇନ୍ ଦେଇଛନ୍ତି । ମଦ୍ୟପାନ କରି ଗାଡ଼ି ଚଳାଇ ୩୯ ଜଣ ଗାଡ଼ି ଚାଳକ ୧୦ ହଜାର ଟଙ୍କା ଲେଖାଏଁ ଫାଇନ୍ ଦେଇଛନ୍ତି । ଗାଡ଼ି ଚଳାଇବା ବେଳେ ଫୋନ୍ ବ୍ୟବହାର କରି ୫୦ ଜଣ ଚାଳକ, ବାଇକ୍ରେ ୩ ଜଣ ଯାତ୍ରୀ କରି ୧୦୧ ଜଣ ଚାଳକ, ରଙ୍ଗ୍ ରୁଟ୍ରେ ଗାଡ଼ି ଚଳାଇ ୫୭ ଜଣ ଚାଳକ ଓ ବିନା ସିଟ୍ବେଲ୍ଟରେ ଯାତ୍ରା କରି ୧୪୭ ଜଣ ଗାଡ଼ି ଚାଳକ ଫାଇନ୍ ଦେଇଛନ୍ତି । ସମ୍ବଲପୁର ଆରଟିଓ ୩୬୩, ଭୁବନେଶ୍ୱର ଆରଟିଓ -୧ ଓ ୨ ମିଶି ୩୦୦ ଜଣ ଚାଳକଙ୍କୁ ଚାଲାଣ କାଟିଥିଲାବେଳେ ବାଲେଶ୍ୱର ଆରଟିଓ ୨୩୦ ଜଣ, ବରଗଡ଼ ଆରଟିଓ ୧୮୨ ଓ ରାଉରକେଲା ଆରଟିଓ ୧୩୨ ଜଣ ଚାଳକଙ୍କ ଠାରୁ ଚାଲାଣ କାଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons