ଦୁଇ ଦିନ ଭିତରେ ସମାଧାନ ପ୍ରତିଶ୍ରୁତି ଦେଲେ ବିଡିଓ

Get real time updates directly on you device, subscribe now.

ପୁରୁଷୋତ୍ତମପୁର, (ବି.ବି.ନୁ୍ୟଜ୍): ପୁରୁଷୋତ୍ତମପୁର ବ୍ଲକ୍ ଝାଡ଼ବାଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅତିରିକ୍ତ ପ୍ରୋଗ୍ରାମ ଅଫିସରଙ୍କ ଦୁର୍ବ୍ୟବହାର ଘଟଣାକୁ ଆଜି ୪ ଦିନ ବିତିଛି । କିନ୍ତୁ ଏହାର କୌଣସି ସମାଧାନ ହୋଇ ନଥିବା ଘଟଣାର ପ୍ରତିବାଦ କରି ରାଜ୍ୟ, ଜିଲ୍ଲା ଓ ବ୍ଲକ୍ସ୍ତରୀୟ ସଂଘ କର୍ମକର୍ତ୍ତା ଆଜି ବିଡିଓ ସିମାଞ୍ଚଳ ମହାନ୍ତିଙ୍କୁ ସାକ୍ଷାତ କରିଥିଲେ । ଦୁର୍ବ୍ୟବହାର ଘଟଣାରେ କାର୍ଯ୍ୟାନୁÂାନ ଗ୍ରହଣ କରିବାରେ ବିଳମ୍ବର କାରଣ ପଚାରିଥିଲେ । ଗତ ୨୨ରେ ମନରେଗା ଏପିଓ ଗୋପାଳକୃଷ୍ଣ ପଣ୍ଡା ବିଲ୍ ପୈଠକୁ କେନ୍ଦ୍ର କରି ନିର୍ବାହୀ ଅଧିକାରୀଙ୍କୁ ମୋବାଇଲ ଫୋନ୍ରେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଧମକ ଦେଇଥିଲେ । ଏନେଇ ନିର୍ବାହୀ ଅଧିକାରୀ ସଂଘ ବିଡିଓ ଅଫିସ ଆଗରେ ଧାରଣାରେ ବସିବା ସହ ଲିଖିତ ଅଭିଯୋଗ କରିଥିଲା । ଆଜି ସଂଘର କର୍ମକର୍ତ୍ତାମାନେ ଦୀର୍ଘ ସମୟ ଧରି ଅପକ୍ଷୋ କରିବା ପରେ ରାତି ୭ଟା ୩୦ରେ ବିଡିଓଙ୍କୁ ଭେଟିଥିଲେ । ଘଟଣା ସମ୍ପର୍କରେ କି କାର୍ଯ୍ୟାନୁÂାନ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ । ତେବେ ବିଡିଓ କହିଥିଲେ ଯେ ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ସମ୍ପର୍କରେ ସେ କୌଣସି ଅଭିଯୋଗ ପାଇନାହାନ୍ତି । ତେବେ ମୁଖ୍ୟ କାରିଣୀଙ୍କଠାରୁ ଦାବିପତ୍ର ପାଇବା ପରେ ଏପିଓ ଓ ଗ୍ରାମ ସେବକ ସଂଘକୁ ନେଇ ଦୁଇ ଦିନ ଭିତରେ ବୈଠକ ଡକାଇବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଆଲେଚନାରେ କୌଣସି ସମାଧାନ ପନ୍ଥା ନବାହାରିଲେ ଗ୍ରାମସେବକ ସଂଘ ବାଧ୍ୟ ହୋଇ ଆନେ୍ଦାଳନ କରିବ ବୋଲି ସଂଘ କର୍ମକର୍ତ୍ତା ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons